ଜୁଲାଇ ୩୧ ପର୍ଯ୍ୟନ୍ତ ୪ ଜିଲ୍ଲା, ରାଉରକେଲା ମହାନଗର ନିଗମ ଲକ୍‌ ଡାଉନ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୀବ୍ର ଗତିରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ଏବଂ ରାଉରକେଲା ମହାନଗର ନିଗମକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ଆସନ୍ତା କାଲି ସନ୍ଧ୍ୟା ୯ ଠାରୁ ଏହି ଲକ୍‌ଡାଉନ୍‌ ନିୟମ ଲାଗୁ କରାଯିବ । ଏହି ସମୟରେ ଅତ୍ୟାବଶକୀୟ ଜିନିଷ ଏବଂ ଅତ୍ୟାବଶକୀୟ ସେବା ଯୋଗାଉଥିବା କାର୍ଯ୍ୟାଳୟ ଖୋଲା ରହିବ । ବିନା କାରଣରେ ଏହିସବୁ ଜିଲ୍ଲାକୁ ବାହାର ଜିଲ୍ଲା ଲୋକଙ୍କୁ ମନା ।
ଲକ୍‌ ଡାଉନ୍‌ ନିୟମ ଗୁଡିକ ହେଲା:

* ହସ୍‌ପିଟାଲ୍, ନର୍ସିଂ ହୋମ ଖୋଲା ରହିବ ।

* ସକାଳ ୬ ରୁ ଦିନ ୧ ତା ପର୍ଯ୍ୟନ୍ତ ଭେଜିଟେବଲ୍‌ ଏବଂ ଗ୍ରସରୀ , କ୍ଷୀର ଦୋକାନ ଖୋଲା ରହିବ ।

* ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ ମିଡିଆ ପାସ୍‌ ନେଇ କାମ କରି ପାରିବେ।

* ଲକ ଡାଉନ କଟକଣା ମାନିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିବା ସହ କଟକଣା ନମାନିଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି ।

Leave a comment