ରାଜ୍ୟର ସମସ୍ତ ଜିଲ୍ଲାରେ ୧୬ ଜୁଲାଇ ଯାଏଁ ବଢ଼ିଲା ଲକ୍ଡାଉନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିଲା ଲକ୍ଡ଼ାଉନ। ମୁଖ୍ୟ ଶାସନ ସଚିବ ସୁରେସ ମହାପାତ୍ରଙ୍କ ପ୍ରେସ୍ ମିଟରେ ଆଜି ଏହି ଘୋଷଣା କରିଛନ୍ତି। ୧୬ ଜୁଲାଇ ସକାଳ ୬ ଯାଏଁ ରାଜ୍ୟରେ ଆଂସିକ ଲକ୍ଡ଼ାଉନ । କାଟାଗୋରୀ ଏ ରେ ୨୦ ଜିଲ୍ଲା ଏବଂ କାଟେଗୋରୀ ବି ରେ ୧୦ ଜିଲ୍ଲା ରହିଛି। ତେବେ କାଟାଗୋରୀ ଏ ରେ ପୂର୍ବରୁ ଥିବା ୧୭ ଜିଲ୍ଲାରେ ସାମିଲ ହୋଇଛି ୩ ଜିଲ୍ଲା। ସେହି ୩ଟି ଜିଲ୍ଲା ହେଉଛି ଅଗୁଗୁଳ, କେଉଁଝର ଏବଂ ଢ଼େଙ୍କାନାଳ। ୫ ପ୍ରତିଶତ ଥିବା ଅଞ୍ଚଳକୁ କାଟାଗୋରୀ ବି ରେ ସାମିଲ କରାଯାଇଛି।