ମୁଖ୍ୟ ଶାସନ ସଚିବଙ୍କ ବଡଘୋଷଣା: ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କରୋନା ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗତ ମେ’ ୫ରେ ଘୋଷିତ ତାଲାବନ୍ଦର ୫ମ ପର୍ଯ୍ୟାୟ ଅବଧି ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଶେଷ ହେବାକୁ ଯାଉଛି। ପ୍ରାୟ ୨୦ ଜିଲ୍ଲାରେ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ୫ଟି ଜିଲ୍ଲାରେ ଆଗପଛ ହୋଇରହିଛି । ଅବଶିଷ୍ଟ ୫ଟି ଜିଲ୍ଲାରେ ସଂକ୍ରମଣ ଯେଭଳି କମିବା କଥା ତାହା ହେଉନି। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଦନ କରିଛନ୍ତି । ଆଂଶିକ ଲକଡାଉନ ସରୁଥିବାରୁ ମହାପାତ୍ର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ ୧ ଯାଏଁ ପୁଣିଥରେ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ ମୁଖ୍ୟ ଶାସନସଚିବ ମହାପାତ୍ର ସୂଚନା ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପରିସ୍ଥିତି ଏଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କାଟେଗୋରୀ ‘ଏ’ରେ ୨୦ ଓ କାଟେଗୋରୀ ‘ବି’ରେ ୧୦ ଜିଲ୍ଲା ପୂର୍ବପରି ରହିବ ବୋଲି ମହାପାତ୍ର ଘୋଷଣା କରିଛନ୍ତି ।

କ’ଣ ଖୋଲିବ ଓ କ’ଣ ବନ୍ଦ ରହିବ ଜାଣନ୍ତୁ-

କାଟେଗୋରୀ ‘ଏ’ରେ ଏଣିକି ରାତି ୮ଟା ଯାଏଁ ଦୋକାନ ଖୋଲିବ । କାଟେଗୋରୀ ‘ଏ’ରେ ସପ୍ତାହକ ୭ ଦିନ ଦୋକାନ ବଜାର ଖୋଲାରହିବ। ସେହିପରି କାଟେଗୋରୀ ‘ବି’ରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ। କାଟେଗୋରୀ ‘ବି’ରେ ସପ୍ତାହରେ ୫ ଦିନ ଦୋକାନ ବଜାର ଖୋଲିବ। ତେବେ କାଟେଗୋରୀ ‘ବି’ରେ ନାଇଟ କର୍ଫୁ୍ୟ ବଳବତ୍ତର ରହିବ । କାଟେଗୋରୀ ‘ବି’ରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ।

Leave a comment