ଆଜି ୫ଜିଲ୍ଲା ସହ ୧୧ସହରରେ ତାଲାବନ୍ଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ୍‌-ଡାଉନର ଆଜି ଦ୍ବିତୀୟ ଦିନ। ଆଜି ବି ରାଜ୍ୟର ୫ଟି ଜିଲ୍ଲା ସମେତ ୧୧ଟି ସହରରେ ତାଲାବନ୍ଦୀ ଦେଖିବାକୁ ମିଳିଛି। ତେବେ ଅତ୍ୟାବଶ୍ୟକ ସେବା ଲାଗି ଲୋକେ ଘରୁ ବାହାରୁଥିବାର ଦେଖିବାକୁ ମିଳିଛି। ଭୁବନେଶ୍ୱର ଓ କଟକ ସହରରେ ସାମାନ୍ୟ ଗାଡି ଚାଲୁଛି ।
ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକ ଡାଉନ କରାଯିବା ସହ ଏହାସହ ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର, ନବରଙ୍ଗପୁର, ଉମରକୋଟ, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଓ ଯାଜପୁର ଟାଉନ ଭଳି ୧୧ଟି ସହରରରେ ଲୋକେ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ଘରେ ରହିବା ପାଇଁ କୁହାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରୁ ଯାଉଥିବା ଓ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ପରବର୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଆଜି ୧୧ଟା ପରେ ଓଡ଼ିଶାକୁ ବାହାର ରାଜ୍ୟର କୌଣସି ବସକୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଅନୁମତି ଦିଆଯିବ ନାହିଁ। ସେହିପରି ମାର୍ଚ୍ଚ ୨୩ ତାରିଖ ପୂର୍ବାହ୍ନ ୧୧ଟା ପରେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ କୌଣସି ଆନ୍ତଃରାଜ୍ୟ ବସ୍ ଚଳାଚଳ କରିବ ନାହିଁ।

ସେହିପରି ଘରୋଇ ବିମାନ ସଂସ୍ଥାଗୁଡ଼ିକ ପକ୍ଷରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କିଛି ବିମାନ ଚଳାଚଳକୁ ବାତିଲ୍‌ କରାଯାଇଛି। ଆଜି ଗୋ-ଏୟାର୍‌ ପକ୍ଷରୁ ସମସ୍ତ ବିମାନ ଚଳାଚଳକୁ ବାତିଲ୍‌ କରାଯାଇଥିଲା। ସେହିପରି ଏୟାରଏସିଆ ଏବଂ ଭିସ୍ତାରା ପକ୍ଷରୁ ଭୁବନେଶ୍ବର-ହାଇଦ୍ରାବାଦ ଏବଂ ଭୁବନେଶ୍ୱର ଦିଲ୍ଲୀକୁ ବାତିଲ୍‌ କରାଯାଇଥିଲା। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ ଲାଗି ରେଳବାଇ ବୋର୍ଡ ଘୋଷଣା କରିଛି। ‌ତେବେ ବାଟରେ ଥିବା ଟ୍ରେନ୍‌କୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନୁମତି ମିଳିଛି।

Leave a comment