ଆସନ୍ତାକାଲିଠାରୁ ଆରମ୍ଭ ହେବ ୪.୦ ଲକ୍ ଡାଉନ୍‌, ତେବେ କ’ଣ ରହିଛି ଗାଇଡ୍ ଲାଇନ୍ ଜାଣନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଉ ୧୪ ଦିନ ପାଇଁ ବଢ଼ାଇଛି କେନ୍ଦ୍ର। ଆସନ୍ତାକାଲିଠାରୁ ଏହି ୪.୦ ଲକଡାଉନ୍ ଲାଗୁ ହୋଇଛି। ଏବେ ଏହି ଲକଡାଉନ୍ ବେଳେ ଏହି ସବୁ ନିୟମ ପାଳନ ହେବ। ଏ ନେଇ ଗୃହ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛି।

ଗାଇଡ୍ ଲାଇନ୍ ଗୁଡିକ ହେଲା:

– ମେଡିକାଲ ଓ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ବିମାନ ସେବ ବନ୍ଦ ରହିବ

– ମେଟ୍ରୋ ଟ୍ରେନ୍ ସେବା ବନ୍ଦ ରହିବ

– ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ, ଅନଲାଇନ୍ ପାଠପଢ଼ା ଜାରି ରହିବ

– ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ। ଅର୍ଡର ଯୋଗେ ପାର୍ସଲରେ ଖାଇବା ମିଳିବ

– ସିନେମା ହଲ୍, ସପିଂ ମଲ୍, ଜିମ୍, ସୁଇମିଂ ପୁଲ୍, ଥିଏଟର, ପାର୍କ, ବାର, ଅଟୋଟରିଅମ ବନ୍ଦ ରହିବ

– ସ୍ପୋର୍ଟସ କମ୍ପଲେକ୍ସ ଓ ଷ୍ଟାଡିୟମ ଖୋଲା ରହିବ, ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବନି

– ସମସ୍ତ ମନ୍ଦିର, ଧାର୍ମିକ ସ୍ଥଳୀ ବନ୍ଦ ରହିବ

– କଣ୍ଟେନମେଣ୍ଟ ଜୋନରେ ସର୍ତ୍ତମୂଳକ ଖୋଲା ରହିବ

– ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ରାଜ୍ୟ ଓ ରାଜ୍ୟ ଭିତରେ ବସ ଚଳାଚଳ ହେବ

– ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଆନ୍ତଃଜିଲ୍ଲା ବସଚଳାଚଳ ସହିତ ବାଇକରେ ଗମନାଗମନ କରିହେବ

– ଲୋକମାନେ ଯିବା ଆସିବା ବେଳେ ଏସଓପି ପାଳନ ହେବ

– ପୂର୍ବପରି ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ

– ତେବେ ରେଡ୍, ଗ୍ରୀନ୍ ଓ ଅରେଞ୍ଜ ଜୋନରେ କେଉଁ କଟକଣା ଜାରି ରହିବ ଏବଂ କିଏ କଟକଣା ମୁକ୍ତ ହେବେ ତାହା ରାଜ୍ୟ ସରକାର ସ୍ଥିର କରିବେ ବୋଲି ଗୃହ ମନ୍ତ୍ରଣାଳୟ କହିଛି

Leave a comment