ଋଣ ମୁକ୍ତ ହେବା ପାଇଁ କରନ୍ତୁ ଏହି ଉପାୟ

0

ଜୀବନରେ ଆସୁଥିବା ସମସ୍ୟାକୁ ବାସ୍ତୁଶାସ୍ତ୍ର ଦ୍ୱାରା ବଦଳାଇ ହେବ। ଆସନ୍ତୁ ଜାଣିବା ଏଭଳି କିଛି ବାସ୍ତୁ ଟିପ୍ସ, ଯାହାଦ୍ୱାରା ଋଣଭାରରୁ ମୁକ୍ତି ମିଳିପାରିବ। ଆମେ ଋଣ ତ ନେଇଥାଉ, କିନ୍ତୁ ତାକୁ ସୁଝି ପାରିନଥାଉ। ଯେତେବି ଚେଷ୍ଟା କଲାପରେ ମଧ୍ୟ କିଛି ନା କିଛି ପରିଶୋଧ କରିବା ବାକି ରହିଯାଇଥାଏ। ସେଥିପାଇଁ ଆମେ ଆଜି ଆପଣଙ୍କୁ ଋଣ ବୋଝରୁ କିପରି ମୁକ୍ତି ପାଇବେ ସେ ବିଷୟରେ କହିବାକୁ ଯାଉଛୁ।

ଋଣ ଭାରରୁ ମୁକ୍ତି ପାଇବା ପାଇଁ ସବୁବେଳେ ମଙ୍ଗଳବାର ଦିନକୁ ଚୟନ କରିବା ଦରକାର। ଏହି ଦିନ ଟଙ୍କା ଫେରାଇ ଦିଆଯିବା ଦ୍ୱାରା ଋଣ ଶୀଘ୍ର ପରିଶୋଧ ହୋଇଥାଏ। ଘରର ଦକ୍ଷିଣ-ପଶ୍ଚିମ ଭାଗରେ ତିଆରି ହୋଇଥିବା ୱାଶରୁମ ମଧ୍ୟ ଲୋକଙ୍କ ଋଣ ଭାରକୁ ବଢାଇ ପାରେ। ତେଣୁ ଘରର ଏହି ଦିଗରେ ୱାଶରୁମ ନିର୍ମାଣ ନକରନ୍ତୁ।

ଏହାଛଡା ଘର କିମ୍ବା ଦୋକାନର ଉତ୍ତର-ପୂର୍ବ ଦିଗରେ କାଚ ଲଗାଇବା ଦ୍ୱାରା ଋଣରୁ ମୁକ୍ତି ମିଳିଥାଏ। କାଚର ଫ୍ରେମ୍ ଲାଲ, ସିନ୍ଦୁର କିମ୍ବା ମେରୁନ୍ ରଙ୍ଗର ହେବା ଉଚିତ୍ ନୁହେଁ। କାଚ ଯେତିକି ହାଲକା ତଥା ବଡ ଆକାରର ହେବ, ଆପଣଙ୍କ ପାଇଁ ତାହା ସେତେଲାଭଦାୟକ ହେବ।

Leave a comment