ଯୌତୁକ ଜୁଇରେ ଜଳିଗଲେ ଲିଜା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଯୌତୁକ ଜୁଇରେ ପୋଡି ହେଲା ନବ ବଧୂ। ଏ ସଭ୍ୟ ସମାଜରେ ଯୌତୁକ ଭଳି କୁସଂସ୍କାର ଏବେ ବି ନିଜର ପତିଆରା ଜମେଇ ରଖିଛି। ଯୌତୁକ ନେବା ଓ ଦେବା ଉଭୟ ଆଇନତ ଅପରାଧ। ସଚେତନତା ସାଙ୍ଗକୁ ଏଥିପ୍ରତି କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ଥିବା ବେଳେ ଅନେକ ଝିଅ ଶାଶୁଘର ଏଥିପାଇଁ ନିର୍ଯାତିତ ହେବା ନଜିର ରହିଛି। ଏଭଳି ଆଉ ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଡୁଲିଙ୍ଗା ଅଞ୍ଚଳରେ। ଯୌତୁକ ଲୋଭରେ ଅନ୍ଧ ପାଲଟି ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ,୪ ବର୍ଷ ପୁର୍ବେ ସେହି ଗ୍ରାମର ସୁଶାନ୍ତ ଓ ଲିଜାଙ୍କର ବିବାହ ହୋଇଥିଲା। ବାହାଘର ପରଠୁ ସୁଶାନ୍ତ ସବୁବେଳେ ଯୌତୁକ ଦାବି କରି ଲିଜାଙ୍କୁ ମାରପିଟ କରୁଥିଲେ। ତେବେ ଶନିବାର ରାତିରେ ଏ ନେଇ ସେ ଲିଜାଙ୍କୁ ନିସ୍ତୁକ ପିଟିବାରୁ ସେ ଗୁରୁତର ହୋଇପଡିଥିଲେ। ପରେ ସୁଶାନ୍ତ ତାଙ୍କୁ ସ୍ଥାନୀୟ ଗେମଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ଲିଜାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଜୋଗକୁ ଭିତ୍ତି କରି ପୋଲିସ ସୁଶାନ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Leave a comment

You cannot copy content of this page