ଅଟକିଲା ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ: କେନ୍ଦ୍ର ସରକାର ଉଠାଇଲେ ଆପତ୍ତି

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାର ଆପତ୍ତି ଉଠାଇଲେ । ରାଜ୍ୟ ସରକାର କେନ୍ଦ୍ର ଆପତ୍ତିକୁ ଅନୁଧ୍ୟାନ କରୁଛନ୍ତି । ତର୍ଜମା ପରେ କେନ୍ଦ୍ରକୁ ଉତ୍ତର ରଖିବ ରାଜ୍ୟ । ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ ପରି ଲିଙ୍ଗରାଜ ମନ୍ଦିର ପାଇଁ ଆଇନ ଆସିଥିଲା । ଏହି ଅଧ୍ୟାଦେଶ ମାଧ୍ୟମରେ ପ୍ରଣୟନ ହୋଇଥିଲା ।
ଲିଙ୍ଗରାଜ ମନ୍ଦିରର ପରିଚାଳନା ଦାୟିତ୍ୱ ୧୫ ସଦସ୍ୟ କମିଟି କରିଥାନ୍ତା । ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ଜଣେ ପ୍ରଶାସକ ନିଯୁକ୍ତି ହୋଇଥାନ୍ତେ । ଡିସେମ୍ବର ୨ରେ ମୁଖ୍ୟମନ୍ତ୍ରୀ ଏକାମ୍ର କ୍ଷେତ୍ର ବୁଲିବା ସମୟରେ ଏହି ପ୍ରତିଶ୍ରୁତି ଦେଇଥିଲେ । ଏକାମ୍ର କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ।