ଲିଙ୍ଗରାଜ ମନ୍ଦିର ଉନ୍ନତି ମୂଳକ କାର୍ଯ୍ୟର ସ୍ତିତି ଅନୁଧ୍ୟାନ କଲେ ମନ୍ତ୍ରୀ ଅଶୋକ ପଣ୍ଡା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀର ଉନ୍ନତି କରଣ ପରେ ଲିଙ୍ଗରାଜ ମନ୍ଦିର ପାରିସର ର ଉନ୍ନତି ମୂଳକ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଗେଇ ଚାଲିଛି । ଏହି କାର୍ଯ୍ୟର ତଦାରଖ କରିବାକୁ ଗତକାଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଲିଙ୍ଗରାଜ ମନ୍ଦିର ଭ୍ରମଣ କରିଥିଲେ । ଲିଙ୍ଗରାଜ ମନ୍ଦିର ଚତୁର୍ପର୍ଶ୍ୱର କାର୍ଯ୍ୟ ଦେଖି ମନ୍ତ୍ରୀ ପଣ୍ଡା ଏହାର ଖୁବ ପ୍ରଶଂସା କରିଥିଲେ ।
ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଏ ଡି ଏମ୍ ଅରୁଣ ବେହେରା , ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି, ବଡୁ ନିଯୋଗ ସମିତ୍ତି ସମ୍ପାଦକ କମଳା କାନ୍ତ ବତୁ, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା,ପ୍ରମୋଦ ମହାପାତ୍ର, ବିରଞ୍ଚି ନାରାୟଣ ମହାସୁପକର, ଉପସ୍ଥିତ ଥିଲେ।