ବଜ୍ରଘାତ : ଦୁଇ ମୃତ, ତିନି ଗୁରୁତର

0

ନବରଙ୍ଗପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): କାଳବୈଶାଖି ପ୍ରଭାବରେ ବଜ୍ରଘାତରେ ଦୁଇ ଜଣ ମୃତ ଘଟିଥିବାବେଳେ ତିନି ଗୁରୁତର ହୋଇଛନ୍ତି। ନବରଙ୍ଗପୁର ହାଟଭରଣ୍ଡି ଜଟିଆରପାରା ଠାରେ କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖି ପ୍ରଭାବରେ ଘଡଘଡି ସହ ବିଜୁଳି ମାରିଛି।

ବଜ୍ରଘାତରେ ମୃତକ ମାନେ ଛତିଶଗଡର ତିଲେଶ ଗଣ୍ଡ, ରାଜାରାମ ଗଣ୍ଡ। ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ହାଟଭରଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଏହି କାଳବୈଶାଖିରେ ଜୀବନ ହାନି ସହ ଅନେକ ଘର ଭାଙ୍ଗିବା ଏବଂ ଗଛ ଉପୁଡିଯାଇଥିବା ଦେଖିବାକୁ ମିଳିଛି।

Leave a comment