୪ରୁ ଲଘୁଚାପ

0

ଜୁଲାଇ ୪ରୁ ରାଜ୍ୟର ଉତ୍ତର ଓଡିଶା ଏବଂ ତତସଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ସୂଚନା ମିଳିଛି । ଏଥିସହ ରାଜ୍ୟରେ ମୌସୁମୀ ବାୟୁ ପ୍ରଭାବରେ ୩ ଦିନ ହେବ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଏପରି ବର୍ଷା ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହି କ୍ରମରେ ଭୁବନେଶ୍ୱର ପାଣିପାଗ ବିଭାଗର ଆକଳନ ମୁତାବକ ଆଗାମୀ ୮ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ।

ସେପଟେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ସଂପର୍କରେ ଏବେ ଠାରୁ କିଛି ସଠିକ ଆକଳନ କରାଯାଇ ନାହିଁ । ତେବେ ଆଗମୀ ଦିନେରୁ ଦୁଇଦିନ ମଧ୍ୟରେ ଏନେଇ ସ୍ପଷ୍ଟଚିତ୍ର ଆସିବ ବୋଲି ପାଣିପାଗ ବିଭାଗ କହିଛି । ଯଦି ଏହି ଲଘୁଚାପ ସୃଷ୍ଟିହୁଏ ତେବେ ଦକ୍ଷୀଣ -ପଶ୍ଚିମ ମୌସୁମୀଙ୍କୁ ଆହୁରି ସକ୍ରିୟ କରିବ । ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।

Leave a comment