ପ୍ରତିଦିନ ସକାଳୁ ବିଛଣା ଛାଡ଼ିବା ବେଳକୁ କରନ୍ତୁ ଏହି ମନ୍ତ୍ରକୁ ମିଳିବ ସୁଖ ଓ ଶାନ୍ତି

0

ଆମେ ସମସ୍ତେ ଚାହିଁଥାଉ ଆମର ଦିନଟି ଭଲରେ କଟୁ ଓ ଆମେ ଗୋଟିଏ ସୁଖମୟ ଜୀବନ ଅତିବାହିତ କରୁ l ତେଣୁ ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଦିନଟିକୁ ସୁଖମୟ କରିବା ପାଇଁ ପ୍ରାତଃ ବନ୍ଦନା ନିହାତି ଜରୁରୀ l ଯାହାଦ୍ୱାରା ଆମେ ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବା l

ତେଣୁ ପ୍ରତିଦିନ ସକାଳୁ ଉଠି ଏହି ମନ୍ତ୍ରକୁ ପାଠ କରନ୍ତୁ –

* କରାଗ୍ରେ ବସତି ଲକ୍ଷ୍ମୀ, କର ମଧ୍ୟେ ସରସ୍ବତୀ, କରମୂଳେ ତୁ ଗୋବିନ୍ଦମ , ପ୍ରଭାତେ କର ଦର୍ଶନମ l

ଏହି ମନ୍ତ୍ରଟିକୁ ପ୍ରତିଦିନ ପାଠ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଲାଭ ହୋଇଥାଏ ଓ ସମସ୍ତ କଷ୍ଟ ଯନ୍ତ୍ରଣା ଭଗବାନଙ୍କ କୃପା ରୁ ଦୂର ହୁଏ l

* ସର୍ବବାଧାବୀନିର୍ମୁକ୍ତ ଧନଧାନ୍ୟସୁତନ୍ବିତଃ , ମନୁଷ୍ୟ ମତପ୍ରସାଦେନ ଭବିଷ୍ୟତି ନ ସଂଶୟଃ l

ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାନ୍ତି ଓ ଆପଣ ସମସ୍ତ ଖରାପ କାର୍ଯ୍ୟରୁ ଦୁରେଇ ରୁହନ୍ତି l ଯଶ ପ୍ରାପ୍ତି ହୋଇଥାଏ ଓ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ l

* ଓଂ ଶୃଙ୍ଗ ହୃଙ୍ଗ ଶ୍ରୀ କମଲେ କମଳାଲୟେ ପ୍ରସୀଦ ପ୍ରସୀଦ ଓଂ ମହାଲଖ୍ମୈ ନମଃ l ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଏହି ମନ୍ତ୍ରକୁ ଜପ କରନ୍ତୁ l ଏହି ମନ୍ତ୍ରକୁ ସକାଳୁ ଉଠି ଜପ କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ ଓ ଧନ ସମ୍ପଦ ରେ ଘର ପୁରୀ ଉଠିବ l

Leave a comment