ହିନ୍ଦୁ ନାରୀମାନେ ପାଦରେ ଝୁଣ୍ଟିଆ ଧାରଣ କରିବା ସମୟରେ କରନ୍ତୁ ନାହିଁ ଏହିସବୁ ଭୁଲ

0

ହିନ୍ଦୁ ଧର୍ମରେ ପ୍ରତିଟି ବିବାହିତା ନାରୀ ମଥାରେ ସିନ୍ଦୁର, ଗଳାରେ ମଙ୍ଗଳସୂତ୍ର ଓ ପାଦ ଆଙ୍ଗୁଠିରେ ଝୁଣ୍ଟିଆ ଧାରଣ କରି ଥାଆନ୍ତି, କାରଣ ଏହା ପ୍ରତିଟି ସଧବା ନାରୀଙ୍କ ପ୍ରତୀକ ଅଟେ l ଯେଭଳି ମାନ୍ୟତା ରହିଛି ଯେ ମଥାରେ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇ ଥାଆନ୍ତି ,ସେହିଭଳି ଝୁଣ୍ଟିଆ ପିନ୍ଧିବା ମଧ୍ୟ ଖୁବ ଶୁଭ ଅଟେ l

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଦ ଆଙ୍ଗୁଠିରେ ଝୁଣ୍ଟିଆ ର ସମ୍ବନ୍ଧ ଚନ୍ଦ୍ର ଗ୍ରହ ଙ୍କ ସହିତ ରହିଛି l ଯଦି ଆମେ ଝୁଣ୍ଟିଆ ପିନ୍ଧିବା ସମୟରେ କରିବା ଏହି ଭୁଲ ତେବେ ହୋଇପାରେ ବଡ଼ ଅସୁବିଧା l

ଆସନ୍ତୁ ଜାଣିବା ହିନ୍ଦୁ ନାରୀ ପାଇଁ ଝୁଂଟିଆର ମହତ୍ୱ –

* ଶାସ୍ତ୍ର ଅନୁସାରେ ସୁନାର ଝୁଣ୍ଟିଆ ଧାରଣ କରିବା ଖୁବ ଅଶୁଭ ଅଟେ l କାରଣ ସୁନା ଝୁଣ୍ଟିଆ କେବଳ ଠାକୁରାଣୀଙ୍କ ପାଇଁ ଉର୍ଦ୍ଧିଷ୍ଟ ଅଟେ l ତେଣୁ ହିନ୍ଦୁ ନାରୀମାନେ ରୁପା ଝୁଣ୍ଟିଆ ପାଦରେ ଧାରଣ କରିବା ଆବଶ୍ୟକ l

* ମାନ୍ୟତା ଅନୁସାରେ ମଣିଷମାନେ ପାଦ ରେ ସୁନା ଧାରଣ କରିବା ଉଚିତ ନୁହେଁ l ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ରୁପା ପାଦ ରେ ଧାରଣ କରିବା ଦ୍ୱାରା ମାନସିକ ଶାନ୍ତି ଲାଭ ହୋଇଥାଏ l

* ଝୁଣ୍ଟିଆ କେବଳ ଗୋଟିଏ ଆଭୂଷଣ ନୁହେଁ ଏହା ସଧବା ନାରୀଙ୍କ ପରିଚୟ ଅଟେ, ତେଣୁ କଦାପି ନିଜର ପିନ୍ଧା ଝୁଣ୍ଟିଆ କାହାକୁ ଦେବା ଉଚିତ ନୁହେଁ l ଏହାଦ୍ୱାରା ଜୀବନରେ ବିପଦ ଦେଖା ଦେଇଥାଏ l

* ଝୁଣ୍ଟିଆ ହଜିବା ମଧ୍ୟ ଠିକ ନୁହେଁ l ଯଦି ଆପଣଙ୍କ ପିନ୍ଧା ଝୁଣ୍ଟିଆ ହଜିଗଲା ତେବେ ଏହାର ପ୍ରଭାବ ରୁ ସ୍ୱାମୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ମଧ୍ୟ ପଡିପାରେ l ଝୁଣ୍ଟିଆ କଦାପି ଗୋଡ଼ରୁ ବାହାର କରିବା ଉଚିତ ନୁହେଁ, ଯଦି ଆବଶ୍ୟକ ପଡୁଛି ତେବେ ବାହାର କରନ୍ତୁ l

* ନିଜ ଝୁଣ୍ଟିଆ କାହା ସହିତ ବଦଳାନ୍ତୁ ନାହିଁ ଏହାଦ୍ୱାରା ସ୍ୱାମୀ ଧନ ହାନିର ଶିକାର ହେବେ ଓ ଜିବନର ସଫଳତା ରେ ବାଧକ ସାଜିବ l

* ଯେବେ ବି ନୂଆ ଝୁଣ୍ଟିଆ ପିନ୍ଧୁଛନ୍ତି ଘରର ଗୁରୁଜନ ମାନଙ୍କ ଆଶୀର୍ବାଦ ନିଅନ୍ତୁ l ଏହାଦ୍ୱାରା ଅହ୍ଯସୁଲକ୍ଷଣୀ ହେବାର ସୌଭାଗ୍ୟ ଅର୍ଜନ କରିବେ l

Leave a comment