ଜ୍ୟୋତିଷ ଶାସ୍ତ୍ର, କାହିଁକି ଶନିବାର ଦିନ ଆଖିରେ କଜ୍ଵଳ ଲଗାଇବା ଆବଶ୍ୟକ

ଚକ୍ଷୁର କଜ୍ଵଳ ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ l ନାରୀର ସମସ୍ତ ଶୃଙ୍ଗାର ରସ ମାନଙ୍କ ମଧ୍ୟରୁ ଚକ୍ଷୁର କଜ୍ଵଳ ଗୋଟିଏ l କିନ୍ତୁ କେବଳ କଜ୍ଵଳ ସୌନ୍ଦର୍ଯ୍ୟ ବୃଦ୍ଧି କରି ନଥାଏ l ଆମ ହିନ୍ଦୁ ଧର୍ମରେ ଓ ଓଡ଼ିଆ ଘରେ ସାଧାରଣତଃ ଆଖିର କଜ୍ଵଳ ଲଗାଇବା ଦ୍ୱାରା ନଜର ମଧ୍ୟ ଲାଗି ନଥାଏ l ସେହିବଳି ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କଜ୍ୱଳର ବ୍ୟବହାର ବିଭିନ୍ନ ଅସୁବିଧାରୁ ଦୂରେଇ ରହିବା ପାଇଁ କରାଯାଇ ଥାଏ l
ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ରରେ ଚକ୍ଷୁର କଜ୍ଵଳର ଉପକାରିତା ବିଷୟରେ –
* କ୍ଳେଶ ଦୂର କରିବା ପାଇଁ – ଯଦି ଆପଣଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ନିଜ ଭିତରେ ସମ୍ପର୍କ ଭଲ ନାହିଁ, ତେବେ ସେହି ସମ୍ପର୍କ ରେ ମଧୁରତା ଆଣିବା ପାଇଁ ଶନିବାର ଦିନ ଶନି ମନ୍ଦିରରେ ଗୋଟିଏ ନଡ଼ିଆରେ କଜ୍ଵଳ ଲଗାଇ ଅର୍ପଣ କରିବା ଆବଶ୍ୟକ l ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଓ ଜୀବନ ରେ ସଫଳତା ପ୍ରାପ୍ତି ହୋଇଥାଏ l
* ସୁଖ ସମୃଦ୍ଧି ପାଇଁ – ଶନିବାର ଦିନ ୮ଟି କଜ୍ଵଳ ଡବା ଶନି ଦେବ ଙ୍କ ନିକଟରେ ପୂଜା କରନ୍ତୁ l ଏଥିରୁ ଗୋଟିଏ କଜ୍ଵଳ ରେ ଘିଅ ମିଶାଇ ଶନି ମନ୍ଦିରର ଗୋଟିଏ କୋଣରେ ରଖି ଦିଅନ୍ତୁ l ଅନ୍ୟ ୭ଟି କଜ୍ଵଳ କୁ ସଧବା ନାରୀଙ୍କୁ ବାନ୍ତି ଦିଅନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରୁ ଦୁଃଖ ଦୁର୍ଦଶା ଦୂର ହୋଇ ଯାଇଥାଏ ଓ ସଫଳତା ପ୍ରାପ୍ତି ହୋଇଥାଏ l
* ନଜର ଦୋଷ ଦୂର କରିବା ପାଇଁ – ଛୋଟ ପିଲାଙ୍କ ଆଖିରେ କଜ୍ଵଳ ଲଗାଇବା ପରିବର୍ତେ ହାତ ଓ ପାଦ ରେ କଜ୍ଵଳ ଲଗାଇବା ଜରୁରୀ ଅଟେ l ଏହାଦ୍ୱାରା ନଜର ଲାଗି ନଥାଏ l
* ଶନି ଦୋଷ ରୁ ଦୂରେଇ ରହିବା ପାଇଁ – ଯଦି ଆପଣଙ୍କ କୁଣ୍ଡଳୀ ରେ ଶନି ମହା ଦଶା ରହିଛି ତେବେ ଆପଣ ଶନିବାର ଦିନ ସାମାନ୍ୟ ହଳଦୀ ଲଗାଇ ଗୋଟିଏ କଳା ଗାଈକୁ ଗାଧୋଇ ଦିଅନ୍ତୁ ଓ ଏହାପରେ ଗୋଟିଏ କଜ୍ଵଳ କୁ ନେଇ ଉକ୍ତ ଗାଈର ମୁଣ୍ଡରେ ଲଗାନ୍ତୁ l ଏହାପରେ ତାହାକୁ ଘରକୁ ଆଣି ନିଜେ ମଧ୍ୟ ଲଗାନ୍ତୁ l ଯଦି ଆପଣଙ୍କ ବିବାହ ରେ ଡେରି ହେଉଛି ତେବେ ଶନି ଦେବଙ୍କ ମିନ୍ଦିରରେ କଜ୍ଵଳ ଦାନ କରନ୍ତୁ l
* ଜାତକ ରେ ରାହୁ ଙ୍କୁ ଶାନ୍ତ କରିବା ପାଇଁ – ରାହୁ ଙ୍କୁ ଶାନ୍ତ କରିବା ପାଇଁ ଆପଣ ଅଧିକ ରୁ ଅଧିକ କଜ୍ଵଳ ଦାନ କରନ୍ତୁ l ଯାହା ଜୀବନ ର ସମସ୍ତ ନକାରାତ୍ମକ ଶକ୍ତିକୁ ଦୁରେଇ ଦେଇଥାଏ l