୫ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି
ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁଣି ମାତିଲାଣି କରୋନା। ଦେଶର ୫ ରାଜ୍ୟରେ କରୋନା ଉପରମୁହାଁ ହେବାରେ ଲାଗିଛି। ସେହି ରାଜ୍ୟ ସରକାରମାନଙ୍କୁ ସତର୍କ ରହିବା ପାଇଁ କେନ୍ଦ୍ର ଚିଠି ଲେଖିଛି।
ସେହି ରାଜ୍ୟଗୁଡିକ ହେଲେ କର୍ଣ୍ଣାଟକ, ତାମିଲନାଡୁ, କେରଳ, ତେଲେଙ୍ଗାନା ଓ ମହାରାଷ୍ଟ୍ର । ଦୈନିକ ସଂକ୍ରମଣ ୪ ହଜାରରୁ ଅଧିକ ଥିବାରୁ କେନ୍ଦ୍ର ସତର୍କ କରାଇଦେଇଛି ।