ଜାଣନ୍ତୁ ଖିର ଓ ଦହିର ଉପକାରୀତା
ସୁସ୍ଥ ଶରୀର ପାଇଁ ଖିର ଓ ଦହି ଖୁବ୍ ହିତକାରୀ। ଉଭୟରେ ଅଧିକ ମାତ୍ରାରେ ଭିଟାମିନ୍ସ ଓ ଅନେକ ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ। କିନ୍ତୁ ବେଳେବେଳେ ମନରେ ପ୍ରଶ୍ନ ଆସେ ଯେ, ଏହି ଦୁଇଟା ମଧ୍ୟରୁ କେଉଁଟା ଅଧିକ ଉପକାରୀ। ଯଦିଓ ଦୁଇଟି ଖାଦ୍ୟ ପଦାର୍ଥ ଶରୀର ପାଇଁ ଉପକାରୀ ତଥାପି ଖିର ତୁଳନାରେ ଦହି ଅଧିକ ଫଳପ୍ରଦ।
ଖିରରେ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ବି ଏବଂ ଅନେକ ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ସେହିପରି ଦହିରେ ଭିଟାମିନ୍ ଏ, ଡି ଏବଂ ବି-୧୨, ପ୍ରୋଟିନ୍ ଓ କ୍ୟାଲସିୟମ ରହିଥାଏ। ଦହିରେ ଅଧିକ ମାତ୍ରାରେ ଲାକ୍ଟୋଜ ଥିବାରୁ ଏହା ପାଚନ କ୍ଷମତାକୁ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ। ଯେଉଁମାନଙ୍କ ପାଚନ କ୍ରିୟା ଦୁର୍ବଳ, ସେମାନେ ଖିର ପରିବର୍ତ୍ତେ ଦହି ସେବନ କରିବା ଉଚିତ୍। ଏହି କାରଣରୁ ସୁସ୍ଥ ଶରୀର ପାଇଁ ଖିର ଠାରୁ ଅଧିକ ଦହି ଉପକାରୀ। ଦହିରେ ଅଧିକ ମାତ୍ରାରେ କ୍ୟାଲସିୟମ ଥିବାରୁ ଦାନ୍ତ ଓ ହାଡ ଅଧିକ ମଜବୁତ ହୋଇଥାଏ। ନିୟମିତ ଦହି ସେବନ କରିବା ଦ୍ବାରା ଅଷ୍ଟିଓପୋରୋସିସ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ ।
ଯଦି ଆମେ କ୍ୟାଲୋରୀ ଏବଂ ପ୍ରୋଟିନ୍ ବିଷୟରେ କଥା ହେବା, ତେବେ ଏକ କପ୍ ଦହିରେ ୯୮% କ୍ୟାଲୋରୀ ରହିଥିବା ବେଳେ ଏକ କପ୍ ଖିରରେ ୯୦% କ୍ୟାଲୋରୀ ରହିଥାଏ। ସେହିପରି ଏକ କପ୍ ଦହିରେ ୧୧ ଗ୍ରାମ ପ୍ରୋଟିନ୍ ରହିଥିବା ବେଳେ ଏକ କପ୍ ଖିରରେ ୯ ଗ୍ରାମ ପ୍ରୋଟିନ୍ ରହିଥାଏ। ତେଣୁ ଦହିରେ ଅଧିକ ମାତ୍ରାରେ କ୍ୟାଲୋରୀ ଓ ପ୍ରୋଟିନ୍ ଥିବା କାରଣରୁ ଏହା ଖିର ଠାରୁ ଅଧିକ ଲାଭଦାୟକ।