ବ୍ରିଚ୍ ବେବି ବିଷୟରେ ଜାଣନ୍ତୁ

0

ଗର୍ଭାବସ୍ଥା ସମୟରେ ପେଟ ଭିତରେ ପିଲାଟି ଘୂରିବୁଲେ । ପିଲାର ମୁଣ୍ଡ ଯଦି ତଳକୁ ଓ ଗୋଡ଼ ଉପରକୁ ରହିଛି ତେବେ ତାହାକୁ ସେଫାଲିକ୍ ପୋଜିସନ୍ କୁହାଯାଏ । କିନ୍ତୁ ଶେଷ ସମୟରେ ଯଦି ପିଲାଟିର ମୁଣ୍ଡ ଉପରକୁ ଓ ଗୋଡ଼ ଯଦି ତଳକୁ ରହେ ଏହାକୁ କୁହାଯାଏ ବ୍ରିଚ୍ ବେବି । ଯଦି ଆପଣ ଅନୁଭବ କରୁଛନ୍ତି ଯେ ପିଲାର ପୋଜିସନ୍ରେ ପରିବର୍ତ୍ତନ ହେଉଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରିନେବା ଉଚିତ । ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରିବା ସହିତ କିଛି ସାବଧାନତା ଅବଲମ୍ବନ କରିବା ଉଚିତ ।

କିପରି ଜାଣିବେ: ମା’ ଓ ପିଲା ପାଇଁ ଏ ସମୟ ବେଶ୍ ଜଟିଳ ହୋଇଥାଏ । ଯଦି ଗର୍ଭସ୍ଥ ଶିଶୁର ମୁଣ୍ଡ ପେଲ୍ଭିସ୍ ପାଶ୍ୱର୍ରେ ଅନୁଭବ ହେଉନାହିଁ ବା ସେହି ପାଶ୍ୱର୍ରେ ଅଛି ତେବେ ଜାଣିବାକୁ ହେବ ଯେ ପିଲା ଓଲଟା ରହିଛି । ଏହି ପରିସ୍ଥିତିରେ ନର୍ମାଲ୍ ଡେଲିଭରୀ ସମ୍ଭବ ହୁଏ ନାହିଁ । ପିଲା ଓଲଟା ରହିଲେ ମା’କୁ ଅନେକ ପ୍ରକାରର ସମସ୍ୟା ହୁଏ ।
ଯଦି ଗର୍ଭସ୍ଥ ପିଲା ଓଲଟା ଅଛି ତେବେ ଏହାର କେତେ କାରଣ ଥାଇପାରେ
– ଯଦି ଗର୍ଭରେ ଯାଆଁଳା ପିଲା ଅଛନ୍ତି ତେବେ ଏହି ସ୍ଥିତିରେ ଫିଟସ୍ ଓଲଟା ରହେ ।
-ପେଟରେ ତରଳ ପଦାର୍ଥର ଅସାମାନ୍ୟ ମାତ୍ରା ରହିଲେ ପିଲା ଓଲଟା ରହେ । ଏହାକୁ ଆମ୍ନିଓଟିକ୍ ଫ୍ଲୁଇଡ୍ କୁହାଯାଏ ।
-ବାଥ୍ କ୍ୟାନାଲ୍ କିମ୍ବା ଗର୍ଭାଶୟରେ ବ୍ୟଥା ହେଲେ ମଧ୍ୟ ପିଲା ଓଲଟା ରହେ ।
-ପେଟର ମାଂସପେଶୀ ଅଧିକ ଫ୍ଲେକ୍ସିବଲ୍ ହେଲେ ବି ଏପରି ସ୍ଥିତି ଉତ୍ପନ୍ନ ହୋଇପାରେ ।

କ’ଣ କରିବେ: ପିଲା ଓଲଟା ରହିଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏଥିରେ ପିଲାର ଗତିବିଧି ଜାଣିବା ପାଇଁ ଡ଼ାକ୍ତର ଅଲ୍ଟ୍ରାସାଉଣ୍ଡ କରି ଦେଖିବେ । ତେଣୁ ଏ ସମୟରେ ଯଦି କିଛି ଅସାମାନ୍ୟ ଅନୁଭବ କରୁଛନ୍ତି ତେବେ ଲକ୍ଷଣ କହିଲେ ଡାକ୍ତର କିଛି ସହଜ ଟିପ୍ସ ଫଲୋ କରିବାକୁ ବା ଯୋଗାସନ କରିବାକୁ କହି ପାରନ୍ତି । ଏହା କରିବା ପରେ ପିଲାର ପୋଜିସନ୍ ସାମାନ୍ୟ ହୋଇପାରେ ।
ଗର୍ଭସ୍ଥ ପିଲା ଯଦି ଓଲଟା ରହୁଛି ତେବେ କେତେକ ଗମ୍ଭୀର ସମସ୍ୟା ଉତ୍ପନ୍ନ ହୋଇପାରେ । ଏଥିରେ ସି-ସେକ୍ସନ (ସିଜରିଆନ୍) କରିବାର ଆବଶ୍ୟକତା ହୋଇପାରେ । ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରସବ ଯନ୍ତ୍ରଣାରେ ରହିଲେ ସଂକ୍ରମଣର ଭୟ ରହିଥାଏ । ଗର୍ଭନାଳ ଆଗକୁ ରହିବା କାରଣରୁ ଅକ୍ସିଜେନ୍ ସପ୍ଲାଇ ଖରାପ ହୋଇପାରେ । ରକ୍ତର ଅଭାବ ଦେଖା ଦେଇପାରେ । ଏଥିରେ ପିଲାର ଜୀବନ ପ୍ରତି ମଧ୍ୟ ବିପଦ ରହିଛି ।
ଧ୍ୟାନ ରଖନ୍ତୁ
– ପିଲା ଯଦି ଓଲଟା ରହିଛି ତେବେ କିଛି ତଥ୍ୟ ଉପରେ ଧ୍ୟାନ ଦେବା ଜରୁରୀ । ପିଲାର ପୋଜିସନ୍ ଠିକ୍ କରିବା ପାଇଁ କୌଣସି ଘରୋଇ ଉପଚାର କରିବା ଆଦୌ ଠିକ୍ ନୁହେଁ । ନହେଲେ ସ୍ଥିତି ଗମ୍ଭୀର ହୋଇପାରେ ।
-ଗର୍ଭାବସ୍ଥା ସମୟରେ କୌଣସି ପ୍ରକାରର ସର୍ଜରୀ ଠାରୁ ଦୂରରେ ରହିବା ଉଚିତ ।
-ଭାରୀ ଜିନିଷ ନ ଉଠାଇବା ଭଲ । ଅଧିକ ଚାଲିବା ବା ଉଠିବା-ବସିବା ଉଚିତ ନୁହେଁ ।
-ସମୟ ସମୟରେ ଚେକ୍ଅପ୍ ନିଶ୍ଚିତ ଭାବରେ କରିବା ଉଚିତ ।
-ଏ ସମୟରେ ଚାଲିବା ଉଚିତ କିନ୍ତୁ ଦ୍ରୁତ ଗତିରେ ନୁହେଁ । ହାଲୁକା ଷ୍ଟ୍ରେଚିଂ କରିପାରିବେ ।

Leave a comment