ଧୋଇଗଲା ରାସ୍ତା, ଜଗମୋହନରୁ ଗଳିଲା ପାଣି

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଘୁଚାପ ବର୍ଷାରେ ପୁରୀ ସହର ଜଳମୟ । ବଡଦାଣ୍ଡଠୁ ଆରମ୍ଭ କରି ମେଡିକାଲ ଛକ ସବୁଆଡେ ୩ ଫୁଟର ପାଣି ବହୁଥିବାରୁ ଜୀବନଯାତ୍ରା ଠପ୍ ହୋଇପଡିଛି । ସହରର ବିଭିନ୍ନ ସ୍ଥାନରେ ଜମା ହୋଇଛି କୁଢକୁଢ ଅଳିଆ ବର୍ଷା ପାଣିରେ ଭାସୁଥିବାର ଦେଖିବାକୁ ମିଳିଛି । ଫଳରେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି । ଜଳ ନିଷ୍କାସନ ପାଇଁ ମୁନସିପାଲଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପମ୍ପ ଖଞ୍ଜାଯାଇଥିଲେ ମଧ୍ୟ ଗତକାଲି ରାତିଠାରୁ ବର୍ଷା ଲାଗିରହିଥିବାରୁ ପରିସ୍ଥିତି ଶୋଚନୀୟ ହୋଇପଡିଛି ।

ଜଗମୋହନରୁ ଗଳୁଛି ପାଣି

ପୁଣି ଶ୍ରୀମନ୍ଦିରରେ ଫାଟ । ନାଟମଣ୍ଡପରୁ ପାଣି ଗଳୁଥିବା ନେଇ ଅଭିଯୋଗ ଆଣିଛନ୍ତି ସେବାୟତ । ଲଗାଣ ବର୍ଷା ଯୋଗୁଁ ନାଟମଣ୍ଡପରୁ ପାଣି ଗଳୁଛି । ଏଇ ନିକଟର ନାଟମଣ୍ଡପ ମରାମତି ଶେଷ ହୋଇଥିବା ନେଇ ଏଏସଆଇ ତରଫରୁ ହାଇକୋର୍ଟଙ୍କ ଠାରେ ସତ୍ୟପାଠ ଦାଖଲ ହୋଇଛି । ତେବେ ମରାମତି ପରେ ମଧ୍ୟ ନାଟମଣ୍ଡପରେ ପାଣି ଗଳିବା ନେଇ ସେବାୟତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନାଟମଣ୍ଡପରେ ଫାଟ ମନ୍ଦିର ପ୍ରତି ବିପଦ ତେଣୁ ତୁରନ୍ତ ଏହାର ମରାମତି ଆବଶ୍ୟକ ବୋଲି ସେବାୟତ ମାନେ ଦାବି କରିଛନ୍ତି ।

ଧୋଇଗଲା ରାସ୍ତା

ପୁରୀରେ ୩୦୫ ମିମି ବର୍ଷା ହୋଇଛି । ପ୍ରବଳ ବର୍ଷାରେ ମାଟିମଣ୍ଡପ ସାହି ଦ୍ୱାରିକାନାଥ ଲେନ ରାସ୍ତା ଧୋଇଯାଇଛି । ବଡବଡ କୋଠା ମଧ୍ୟ ଦବିଯାଇଥିବା ଜଣାପଡିଛି ।ବର୍ଷା ଯୋଗୁ ଯୋଗାଯୋଗ ଠପ୍ ହୋଇଯାଇଛି ।

Leave a comment

You cannot copy content of this page