ଗୁରୁବାର ଦିନ ମାତା ଲଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଧୂପରେ ଅର୍ପଣ କରନ୍ତୁ ଏହିସବୁ ଜିନିଷ, ମିଳିବ ମାଙ୍କ କୃପା
ଗୁରୁବାର ଦିନଟି ମାତା ଲକ୍ଷ୍ମୀଙ୍କୁ ସମର୍ପଣ ହୋଇଥାଏ l ଏହିଦିନ ଅନ୍ୟଦିନ ଅପେକ୍ଷା ଲକ୍ଷ୍ମୀଙ୍କ ର ବିଶେଷ ପୂଜା ବିଧି କରାଯାଇ ଥାଏ l କାରଣ ମାନ୍ୟତା ରହିଛି ଯେ ଲକ୍ଷ୍ମୀଙ୍କୁ ଗୁରୁବାରଦିନ ପୂଜା କରିବା ଦ୍ୱାରା ଧନ ର ଅଭାବ ରହିନଥାଏ l ପ୍ରତି ଗୁରୁବାରରେ ଲକ୍ଷ୍ମୀଙ୍କ ନିକଟରେ ପଦ୍ମ ଫୁଲ, ସଂଖା, ସିନ୍ଦୁର, ମିଷ୍ଟାନ, ଘିଅ ଦୀପ ଇତ୍ୟାଦି ଅର୍ପଣ କରିବା ସହିତ ବିଶେଷ ଧୂପ ମଧ୍ୟ ଅର୍ପଣ କରାଯାଇ ଥାଏ, ବିଶେଷ ଭାବରେ ଆମେ ଧୂପ ରେ ଝୁଣା ର ପ୍ରୟୋଗ କରିଥାଉ କିନ୍ତୁ ଏହି ଧୂପ ରେ ଚନ୍ଦନ, ଗୁଗୁଳ, କର୍ପୁର, ଲବଙ୍ଗ, ହଳଦିଆ ସୋରିଷ, କେଶର ଓ ଲିମ୍ବ ଅର୍ପଣ କରାଯାଇ ଥାଏ l
ଧୂପ ଦେବାର ଲାଭ :
ଏହି ବିଶେଷ ଧୂପରେ ଏହିସବୁ ଜିନିଷ ଅର୍ପଣ ହେବାଦ୍ବାରା ଘରର ନକାରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ l ଘର ରୋଗ ବୈରାଗ ଠାରୁ ଦୁରେଇ ରୁହେ l ମନ ରେ ଶାନ୍ତି ରହିଥାଏ ଓ ମାନସିକ ଚାପ ଦୂର ହୁଏ l ଘରର ବାତାବରଣ ରେ ଶୁଦ୍ଧତା ଆସିଥାଏ l ପ୍ରତିଟି କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ l
କେଉଁ ଧୂପ ର କେଉଁ ପ୍ରଭାବ :
*ଚନ୍ଦନ – ଗୃହରେ ଅନାବଶ୍ୟକ ଧନ ଖର୍ଚ୍ଚ ହେଉଥିଲେ, କିମ୍ବା କଠିନ ପରିଶ୍ରମ ପରେ ଅସୁବିଧା ଦେଖା ଯାଉଥିଲେ ଧୂପ ରେ ଚନ୍ଦନ ଗୁଣ୍ଡ ପକାନ୍ତୁ l ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ l
* ଗୁଗୁଳ – ଗୁଗୁଳ ରେ ଧୂପ ଦେବା ଖୁବ ଗୁଣକାରୀ ଅଟେ l ଏହାଦ୍ୱାରା ଗୃହକ୍ଲେଶ ଦୂର ହୋଇଥାଏ ଓ ଘରର ବାତାବରଣ ଶାନ୍ତ ରହିଥାଏ l
* କର୍ପୁର ଓ ଲବଙ୍ଗ – ଧନ କଦାପି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହି ନଥାଏ ଓ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଘରେ ଗୁରୁବାର ଦିନ ଲବଙ୍ଗ ଓ କର୍ପୁର ରେ ଧୂପ ଦେବା ଆବଶ୍ୟକ l ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l ଏହାଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ l
* ହଳଦିଆ ସୋରିଷ – ହଳଦିଆ ସୋରିଷ, ଗାଈ ଗୋବର ମିଶାଇ ଗୁରୁବାର ଧୂପ ରେ ପ୍ରୟୋଗ କରିବା ଦ୍ୱାରା ଗୃହ କ୍ଳେଶ ଦୂର ହୋଇଥାଏ l ଏହାଦ୍ୱାରା ପରିବାର ମଧ୍ୟରେ ଶାନ୍ତି ରହିଥାଏ l
* କେଶର – ଘରର ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ନିକଟରେ ଧୂପ ଦେବା ସମୟରେ କେଶର ରେ ଧୂପ ଦିଅନ୍ତୁ l ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l
* ଲିମ୍ବ – କେବଳ ଗୁରୁବାର ନୁହେଁ ପ୍ରତ୍ୟେକ ଦିନ ଯଦି ଆପଣ ଧୂପ ଦେବା ସମୟରେ ଲିମ୍ବ ପତ୍ର ର ପ୍ରୟୋଗ ଧୂପ ରେ କରିବେ ତେବେ ଘରର ବାତାବରଣ ସୁଧ ରହିବା ସହିତ ଘରର ସଦସ୍ୟ ମାନେ ରୋଗରେ ପୀଡିତ ହେବେ ନାହିଁ l