ଯେଉଁ ବ୍ୟକ୍ତି ଜୀବନରେ ଏହି ୩ଟି କାର୍ଯ୍ୟ କରେ ତାକୁ ମା ଲକ୍ଷ୍ମୀଙ୍କ ଆଶ୍ରୀର୍ବାଦ ମଲେ

0

ମାତା ଲକ୍ଷ୍ମୀଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ରହିଥାଏ ସେ କଦାପି ଜୀବନ ରେ ହଇରାଣ ହୋଇ ନଥାଏ । ବିଶେଷ ଭାବରେ ମଣିଷ ଯଦି ନିଜ ସ୍ୱଭାବରେ କିଛିଟା ପରିବର୍ତ୍ତନ ଆଣିଥାଏ ତେବେ ସେ ଜୀବନ ର ପ୍ରତିଟି ସମୟ ରେ ବିଜୟ ଲାଭ କରିଥାଏ ।

୧) ସକାଳୁ ଉଠି ମାତା ପିତାଙ୍କ ଆଶୀର୍ବାଦ ନିଅନ୍ତୁ –

ଯେଉଁ ବ୍ୟକ୍ତି ସକାଳୁ ଉଠି ପିତାମାତା ଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥାଏ ତା ଉପରେ ମା ଲକ୍ଷ୍ମୀ ଙ୍କ କୃପା ସର୍ବଦା ରହିଥାଏ ।

ଏପରି କରିବା ଦ୍ବାରା ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ । ଏପରି ବ୍ୟକ୍ତି ଙ୍କ ଜୀବନ ରେ କଦାପି ଦୁଃଖ ଦୁର୍ଦ୍ଦଶା ଆସି ନଥାଏ । ସମସ୍ତ ପ୍ରକାର ସୁଖ ଲାଭ କରିଥାଏ ।

୨) ପର ନିନ୍ଦା ଶୁଣିବା ଉଚିତ୍ ନୁହେଁ କିମ୍ବା କରିବା ଉଚିତ୍ ନୁହେଁ :-

ପର ନିନ୍ଦା କରୁଥିବା ବ୍ୟକ୍ତି ଓ ଶୁଣିଥିବା ବ୍ୟକ୍ତି ଜୀବନ ରେ ନକାରାତ୍ମକ ଶକ୍ତି ଭରିଥାଏ । ସେ କୌଣସି କାର୍ଯ୍ୟକୁ ଠିକ୍ ଭାବରେ କରିବା ପାଇଁ ସମର୍ଥ ହୋଇ ନଥାଏ । ମାତା ଲକ୍ଷ୍ମୀ ଏଭଳି ଲୋକକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ତେଣୁ ଏହି କାର୍ଯ୍ୟ କରିବା ଆଦୌ ଉଚିତ୍ ନୁହେଁ ।

୩) ଅନ୍ୟକୁ ସାହାଯ୍ୟ କରିବା ଉଚିତ୍ :- ମା ଲକ୍ଷ୍ମୀ ସେହି ଲୋକ ଉପରେ ସନ୍ତୁଷ୍ଟ ହୋଇ ଥାଆନ୍ତି ଯିଏ ଅନ୍ୟକୁ ସାହାଯ୍ୟ ର ହାତ ବଢ଼ାଇ ଥାଏ । ଏଭଳି ବ୍ୟକ୍ତି ସର୍ବଦା ଅନ୍ୟର ଆଶୀର୍ବାଦ ଲାଭ କରିଥାଏ ଓ ଜୀବନ ରେ ସଫଳତା ହାସଲ କରିଥାଏ ।

Leave a comment