ଲଣ୍ଡ୍ରି ଦୋକାନୀ ବନିଲେ ଲୋକଙ୍କ ପାଇଁ ଉଦାହରଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଯୁଗରେ ସତ ମାର୍ଗରେ ଚାଲୁଥିବା ଲୋକଙ୍କ ସଂଖ୍ୟା ଖୁବ କମ। ପଇସା ପାଇଁ ପରିବାରରେ ଝଗଡ଼ ଖବର ଆମେ ପ୍ରାୟତଃ ସବୁ ବେଳେ ଶୁଣିବାକୁ ପାଉଛୁ। ମାତ୍ର ଅନ୍ୟ ଲୋକଙ୍କ ପଇସା ପାଇ ମଧ୍ୟ ତାକୁ ଫେରାଇଦେବା ଭଳି ଘଟଣା ଜଳେଶ୍ୱରରେ ଦେଖିବାକୁ ମିଳିଛି। ଅଭାବ ଅସୁବିଧାରେ ଥାଇମଧ୍ୟ ନିଜ ମାନବିକତା ଭୁଲି ନାହାଁନ୍ତି ଜଣେ ଲଣ୍ଡ୍ରି ଦୋକାନୀ।
ସୂଚନା ଅନୁଯାୟୀ, ଜଳେଶ୍ୱରର ଏକ ଲଣ୍ଡ୍ରି ଦୋକାନୀ ଙ୍କ ପାଖକୁ ଆସିଥିଲା ଏକ ପ୍ୟାଣ୍ଟ ଯେଉଁଥିରେ ଭୁଲରେ ରହିଯାଇଥିଲା ଗ୍ରାହକଙ୍କ୬୮ ହଜାର ଟଙ୍କା । ମାତ୍ର ଦୋକାନୀ ଜଣକ ଲୋଭର ବଶବର୍ତ୍ତୀ ନହୋଇ ଗ୍ରାହକ ଜଣକୁ ତାଙ୍କ ଟଙ୍କା ଫେରାଇ ଦେଇଛନ୍ତି। ଯାହାକି ଏ ସ୍ଵାର୍ଥପର ଦୁନିଆ ରେ ଆଜି ବି କିଛି ସଚୋଟ ଲୋକ ଅଛନ୍ତି ବୋଲି ପ୍ରମାଣିତ କରିଛି।