ନିଜ ଉପରକୁ ଆସିଲେ ପୋଲିସ କରୁଛି ଲାଠିଚାଳନା

0

ନୂତନ ମୋଟରଯାନ ଆଇନ ପ୍ରଣୟନ ହେବା କିଛିଦିନ ମଧ୍ୟରେ ସାଧାରଣ ଜନତା ଅତିଷ୍ଠ ହୋଇଗଲେଣି । ପୋଲିସର ଅତ୍ୟଧିକ ଜୋରିମାନା ପୁଞ୍ଜିଭୁତ ଅସନ୍ତୋଷରେ ପରିଣତ ହେବାରେ ଲାଗିଛି । ସାଧାରଣ ଜନତାଙ୍କ ବୋଝ ଉପରେ ନଳିତାବିଡା ସାଜିଛି ପୋଲିସର ପକ୍ଷପାତିତା ।

ସରକାରୀ ଗାଡି, ପୋଲିସ ଗାଡି, ମୁନିସପାଲଟି ଗାଡି ଗୁଡିକୁ ଏହି ଆଇନର ପରିସରଭୁକ୍ତ କାହିଁକି କରାଯାଉନାହିଁ ବୋଲି ଜନସାଧାରଣ ପ୍ରଶ୍ନ କରିବାରେ ଲାଗିଲେଣି । କାରଣ ଏପରି ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି । ଯାହା ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ କହିଲେ ଚଳେ । ତେବେ ଅସନ୍ତୁଷ୍ଟ ଜନତା ପ୍ରଶ୍ନ କରିବାରେ ଲାଗିଲେଣି କି ସବୁ ନିୟମ କେବଳ ସାଧାରଣ ଜନତାଙ୍କ ପାଇଁ ? ସରକାରୀ ବାବୁ, ନେତା, ମନ୍ତ୍ରୀ ଓ ପୋଲିସଙ୍କ ପାଇଁ କଣ ସବୁ ମାଫ ? ଯାହା ଆଗକୁ ଭୟଙ୍କର ରୂପନେବାକୁ ବସିଲାଣି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଲାଣି ।

Leave a comment