ଅଶ୍ରୁଳ ବିଦାୟ ସୁର ସାମ୍ରାଜ୍ଞୀ ଲତା ଦିଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଖି ବୁଜିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । କରୋନାରୁ ସୁସ୍ଥ ହୋଇ ହେବା ପରେ ପୁଣି କାଲି ହଟାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେପଟେ ଲତା ଦିଦିଙ୍କ ଦେହାନ୍ତ ସମଗ୍ର ଦେଶବାସୀଙ୍କୁ ମ୍ରିୟମାଣ କରିଛି । ତାଙ୍କ ସ୍ୱରରୁ ଫୁଟୁଥିବା ଯାଦୁକରୀ ଗୀତ ଆଉ କାନରେ ବାଜିବ ନାହିଁ । ଆଜିଠାରୁ କୋକିଳକଣ୍ଠୀ ସଙ୍ଗୀତ ଗାନ କରିବେ ନାହିଁ ।

ଲତା ମଙ୍ଗେସକରଙ୍କ ବିଷୟରେ ଖବର ପାଇଁ ପ୍ରଥମେ ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ୍ ଠାକେର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀକର ସମବେଦନା ଜ୍ଞାପନ କରିଛନ୍ତି । ଦେଶ ଆଜି ଗୋଟେ ଉଜ୍ୱଳ ତାରକା ହରାଇଛି । ଗତ ଜାନୁଆରୀ ୧୧ ତାରିଖରେ ୯୨ ବର୍ଷ ବର୍ଷୀୟ ଲତା ଦିଦିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ୨୭ ଦିନ ଧରି ସେ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲେ ।

ଭାରତୀୟ ସଙ୍ଗୀତ ଜଗତରେ ଦିଦିଙ୍କ ଅବଦାନ ସର୍ବାଗ୍ରେ ଏକ ନୂତନ ଅଧ୍ୟାର ଅୟରାମ୍ଭ ସେ ହିଁ କରିଥିଲେ ।

Leave a comment