୨୪ ଘଣ୍ଟାରେ ୬୦ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ଛୁଇଁଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୨୪ ଘଣ୍ଟାରେ ଦେଶରେ ୬୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ସେହିିଭଳି ଦେଶରେ ୨୮ ହଜାର ୩୮୦ରୁ ଅଧିକ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ୨୧ ହଜାର ୧୩୨ ଜଣ ଆକ୍ଟିଭ ରୋଗୀ ଚିକିତ୍ସିତ ହେଉଛନ୍ତି । ୬ ହଜାର ୩ଶହ ଜଣ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେଲେଣି ।
ସୂଚନାଯୋଗ୍ୟ, ଦେଶରେ କରୋନା ଭୂତାଣୁ ସଂକ୍ରମକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ କଟକଣାକୁ ବଢ଼ାଇ ଦେଇଛନ୍ତି। ସେହିଭଳି ଦେଶର ୧୭୦ ଜିଲ୍ଳାକୁ ହଟ୍ଷ୍ଟଟ୍ ଭାବେ ଘୋଷଣା କରିଛନ୍ତି। ଲକ୍ଡାଉନ କଟକଣାକୁ ପୁଣି ବଢ଼ାଇବା ପାଇଁ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାବି କରିଛନ୍ତି । ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକଡାଉନ କଟକଣାକୁ ବଢ଼ାଇବା ପାଇଁ ଦାବି କରିଥିବା ଜଣାପଡିଛି ।