ରାଜ୍ୟର ୪ଟି ଜିଲ୍ଲାରେ ନିର୍ମାଣ ହେବ ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ

0

ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ଜଳ ଜୀବନ ମିଶନ ଯୋଜନାରେ ରାଜ୍ୟର ୪ଟି ଜିଲ୍ଲାରେ ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି । EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାକୁ କ୍ୟାବିନେଟ ମୋହର ମାରିଛି । କୋରାପୁଟ, ରାୟଗଡା, ଜଗତସିଂହପୁର ଓ ଅନୁଗୁଳରେ ପ୍ରତିଷ୍ଠା ହେବ ଏହି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ।

କୋରାପୁଟ ଜିଲ୍ଲାରେ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ବାରା ୨ ଟି ବ୍ଲକ ଅଧୀନରେ ଥିବା ୩୧ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୬୭ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୧,୬୧,୯୦୨ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ସେଥିମଧ୍ୟରୁ ଜୟପୁର ବ୍ଲକ ଅଧୀନରେ ଥିବା ୧୫ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୨ ଟି ଗ୍ରାମର ପ୍ରାୟ ୯୦,୫୧୬ ଜଣ ଓ କୁନ୍ଦ୍ରା ବ୍ଲକ ଅଧୀନରେ ଥିବା ୧୬ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୫ ଟି ଗ୍ରାମର ପ୍ରାୟ ୭୧,୩୮୬ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ । ଠିକାଦାର ସଂସ୍ଥା M/s, NCC Limited, Hyderbad ଙ୍କ ଦ୍ୱାରା ୨୬୧ କୋଟି ୯୭ ଲକ୍ଷ ୪୧ ହଜାର ୫୦ ଟଙ୍କା ଅନୁମୋଦନ କରାଯାଇଛି । ୨୪ ମାସର ସମୟ ସୀମା ମଧ୍ୟରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Leave a comment

You cannot copy content of this page