କୋମ୍ବିଂ ଅପରେଶନରୁ ଫେରିବା ବେଳେ ଲ୍ୟାଣ୍ଡମାଇନ ବ୍ଲାଷ୍ଟ , ୨ ଯବାନ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଓବାଦୀ ଖଞ୍ଜିଥିବା ଆଇଡି ବ୍ଲାଷ୍ଟ ହେବା ଫଳରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ମାଥିଲି ଥାନା ଅଞ୍ଚଳରେ । ବୋଗାପଦର ପାହାଡ଼ରେ ନକ୍ସଲ ଶିବିର ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଗତକାଲିଠାରୁ ଏସ୍ଓଜି ଯବାନମାନେ ଅପରେସନ୍ରେ ଯାଇଥିଲେ ।
ଶନିବାର ଯବାନମାନେ କୋମ୍ବିଂ ଅପରେଶନରୁ ଫେରୁଥିବାବେଳେ ଓରାପଦର ଓ ଡୋଲଡୋଲି ନିକଟରେ ମାଓବାଦୀ ଖଞ୍ଜିଥିବା ଆଇଡି ବ୍ଲାଷ୍ଟ ହୋଇଥିଲା । ଏଥିରେ ଦୁଇ ଜଣ ଯବାନ ଗୁରୁତର ହୋଇଥିଲେ । ଏହାପରେ ଏସ୍ଓଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ କିଛି ସମୟ ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା ।ପରେ ହେଲିକପ୍ଟର ଯୋଗେ ଗୁରୁତର ଯବାନମାନଙ୍କୁ ଚିକିତ୍ସା ପାଇଁ ନିଆଯାଇଛି । ଘଟଣାସ୍ଥଳକୁ ବିଏସଏଫ ଯବାନଙ୍କ ଓ ଏସଓଜି ଯିବା ସହ କୋମ୍ବିଂ ଜୋରଦାର କରାଯାଇଛି । ଘଟଣାସ୍ଥଳରୁ ଯବାନମାନେ ଅନେକ ଅଫୁଟା ଲ୍ୟାଣ୍ଡମାଇନ୍ ଜବତ କରିଥିବା ବେଳେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।