୬ହଜାର ୫ଶହ ଭୂମିହୀନଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାଗା ପ୍ରମାଣପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି । ଏହି ଅବସରରେ ୧୦ଟି ବସ୍ତିର ୬ହଜାର ୫ଶହ ପରିବାରକୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା । ତାଳବଣିଆଠାରେ ଏ ନେଇ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବସ୍ତି ଲୋକଙ୍କୁ ଜମି ପଟ୍ଟା ଦେବାର ଚିନ୍ତାଧାରା ନୋଳିଆ ବସ୍ତିରୁ ହିଁ ମୁଁ ପାଇଥିଲି । ମହାପ୍ରଭୁଙ୍କ ଧାମରୁ ଆରମ୍ଭ ହୋଇଥିବା ଏହି ମିଶନ ସମଗ୍ର ଦେଶରେ ଏକ ନୂଆ ଉଦ୍ୟମ । ଅନ୍ୟ ୫ ଜିଲ୍ଲାରେ ମଧ୍ୟ ଏହି ଯୋଜନା ଆରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ ଭିଡିଓକନଫରେନ୍ସିଂ ମାଧ୍ୟମରେ ଟିଟିଲାଗଡ଼ ଜୋନର ବରିଷ୍ଠ ନାଗରିକ ତୀର୍ଥ ଯୋଜନାର ଶୁଭାରମ୍ଭ କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମନ୍ତ୍ରୀ ପ୍ରଦୀପ ମହାରଥୀ, ଏମ୍‌ପି ପିନାକୀ ମିଶ୍ର, ଏମ୍‌ପି ଡା. କୁଳମଣୀ ସାମଲ, ବିଧାୟକ ସମୀର ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ସୁରେନ୍ଦ୍ର ସେଠୀ, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କମିଶନର ତଥା ଶାସନ ସଚିବ ଜି. ମାଥିଭାଥନନ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment