୫ଟନ ଗଞ୍ଜେଇ ଜବତ କରିଲା ଲମତାପୁଟ ପୋଲିସ
ଲମତାପୁଟ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ୫ ଟନ ଗଞ୍ଜେଇ ବଝେଇ ୧୪ ଚକିଆ ଟ୍ରକ ସହ ୩ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ଲମତାପୁଟ ପୋଲିସ । ଅଭିନବ ଉପାୟରେ ଲୁଣ ବୋଝେଇ ଟ୍ରକ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ । ବିଶେଷ ସୂତ୍ର ରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ଟୀକାପୁଟ ଗ୍ରାମ ନିକଟରେ ଲୁଣ ବୋଝେଇ ଟ୍ରକରେ ବିପୁଳ ପରିମାଣ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ ।
ଟିକାପୁଟ ଗ୍ରାମ ନିକଟରେ ବିପୁଳ ଗଞ୍ଜେଇ ଟ୍ରକ ଡାଲାରେ ଭର୍ତ୍ତି କରି ପରେ ଉପରେ ଲୁଣବସ୍ତା ରଖି ଥିଲେ ମାଫିଆ ମାନେ । ଲମତାପୁଟ ପୋଲିସ ଟିକାପୁଟ ରୁ ଛତିଶଗଡ ଚାଲଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ମାଡି ବସି ଥିଲା ୩ ଜଣ ଗଞ୍ଜେଇ ମାଫିଆକୁ ।
ଅନ୍ଧାରର ସୁଯୋଗ ନେଇ ଅନ୍ୟ ୨ ମାଫିଆ ସେଠାରୁ ଚଂପଟ ମାରିବାରେ ସଫଳ ହୋଇ ଥିବା ବେଳେ ଟ୍ରକ କୁ ଜବତ କରିଥିଲା ପୋଲିସ । ଟ୍ରକରୁ ଲୁଣ ଖାଲି କରିବା ପରେ ୨୨୩ ଟି ବସ୍ତାରେ ପ୍ରାୟ ୫ ଟନ ରୁ ଅଧିକ ଗଂଜେଇ ଥିଲା ଏହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ପୋଲିସ କହଛି ।ଗିରଫ ବ୍ୟକ୍ତି ମାନେ ମାଛକୁଣ୍ଡ ଥାନା ଅନ୍ତର୍ଗତ ଟୀକାପୁଟ ଗାଁ ର ସୁଦର୍ଶନ ଲେନ୍ଦ୍ରୁ, ଉମେଶ ବାବୁ ଏବଂ ସିଂହପାଲ ବୋଲି ଜଣା ପଡ଼ିଛି ।