ଏହିସବୁ ଖରାପ ଅଭ୍ୟାସ ପାଇଁ ଘରକୁ କେବେ ବି ଆସନ୍ତି ନାହିଁ ଲକ୍ଷ୍ମୀ; ସମୟ ପୂର୍ବରୁ ଏହି ଅଭ୍ୟାସ ନ ଛାଡିଲେ ହୋଇଯିବେ କାଙ୍ଗାଳ

0

ମଣିଷ ଜୀବନରେ ଧର୍ମ ଶାସ୍ତ୍ର ର ଅନେକ ମହତ୍ତ୍ଵ ରହିଛି । ଯାହାକି ଜୀବନ କୁ ସଠିକ୍ ରାସ୍ତାରେ ନେଇଥାଏ ।ସେହିଭଳି ଶାସ୍ତ୍ର ଅନୁସାରେ ମଧ୍ୟ ମଣିଷର ଖରାପ୍ ଓ ଭଲ ଅଭ୍ୟାସ ତାର ଗ୍ରହ ଦଶା ଉପରେ ସିଧା ପ୍ରଭାବ ପକାଇ ଥାଏ । ସେହିଭଳି ଆପଣଙ୍କ ନିଜର କିଛିଟା ଖରାପ୍ ଅଭ୍ୟାସ ମଧ୍ୟ ଆପଣଙ୍କୁ କାଙ୍ଗାଳ କରିପାରେ ।

ଆସନ୍ତୁ ଜାଣିବା ସେହି ଖରାପ୍ ଅଭ୍ୟାସ ଗୁଡ଼ିକ କଣ –

ବସି ବସି ଗୋଡ ହଲାଇବା -: ଆପଣ ଅନେକ ଲୋକଙ୍କୁ ଦେଖିଥିବେ ଯିଏ କି ବସି ବସି ଗୋଡ ହଲାଇ ଥାଆନ୍ତି । ଏହାଦ୍ବାରା ଆପଣଙ୍କ ଜାତକ ରେ ଚନ୍ଦ୍ରମା ଦୁର୍ବଳ ହେବାକୁ ଲାଗନ୍ତି । ଏହାଦ୍ବାରା ସ୍ବାସ୍ଥ୍ୟ ଉପରେ ଓ ଆର୍ଥିକ ସ୍ଥିତି ଉପରେ ଖରାପ୍ ପ୍ରଭାବ ପଡିଥାଏ ।

ନଖ ଚୋବାଇବା -: ଯଦି ଆପଣ ଙ୍କ ର ମଧ୍ୟ ନଖ ଚୋବାଇବାକୁ ଅଭ୍ୟାସ ଅଛି ସତର୍କ ରୁହନ୍ତୁ । ଏହାଦ୍ବାରା କୁଣ୍ଡଳୀ ରେ ସୂର୍ଯ୍ୟ ଦୁର୍ବଳ ରୁହନ୍ତି ଓ ଆଖି ଉପରେ ଏହାର ଖରାପ୍ ପ୍ରଭାବ ପଡିଥାଏ ଏବଂ ମାନସମ୍ମାନ ରେ ବାଧା ସୃଷ୍ଟି ହୋଇଥାଏ ।

ଅଇଁଠା ବାସନ ଦୀର୍ଘ ସମୟ ଧରି ପକାଇ ରଖିବା -: କଦାପି ଅଇଁଠା ବାସନ ଦୀର୍ଘ ସମୟ ଧରି ପକାଇ ରଖିବେ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି । ଏହି ଅଭ୍ୟାସ ଧନୀ ଲୋକ ଙ୍କୁ ମଧ୍ୟ ଦରିଦ୍ର କରି ଦେଇଥାଏ ।

ଘରର ମୁଖ୍ୟ ଦ୍ଵାରରେ ଅସଜଡା ଜୋତା ଚପଲ -:ଘରର ମୁଖ୍ୟ ଦ୍ଵାର ରେ ଅବ୍ୟବସ୍ଥିତ ଭାବରେ ଜୋତା ଚପଲ ରଖିବା ଉଚିତ୍ ନୁହେଁ । ଏହା ଜୀବନ ରେ ଅନେକ ଅସୁବିଧା ନେଇ ଆସିଥାଏ । ଏହାଦ୍ବାରା ଧନହାନି ସମ୍ଭାବନା ରହିଥାଏ ।

ଭଙ୍ଗା ଜିନିଷ :-ଘରେ ଭଙ୍ଗା ଫଟା ଜିନିଷ କଦାପି ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି । ଏହା ସୁଖ ସମୃଦ୍ଧି ରେ ବାଧା ସୃଷ୍ଟି ହୋଇଥାଏ ।

ଘରକୁ ଅସନା ରଖିବା ଉଚିତ୍ ନୁହେଁ:- କୁହାଯାଏ ଯେ ଯେଉଁ ଘରେ ସବୁବେଳେ ଅସନା ଓ ଅପରିଷ୍କାର ହୋଇ ରହିଥାଏ । ତେଣୁ କଦାପି ଘରକୁ ସର୍ବଦା ସଫା ସୁତୁରା ରଖିବା ଉଚିତ୍ ।

Leave a comment