ସକାଳୁ ଉଠି ଏହି କାମ କଲେ ମା’ ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ

0

ହିନ୍ଦୁଧର୍ମ ଅନୁସାରେ ସକାଳ ସମୟକୁ ସର୍ବୋତ୍ତମ ଓ ପବିତ୍ର ମାନା ଯାଇଥାଏ। ତେଣୁ ସକାଳ ସମୟରେ ଦେବୀ ଓ ଦେବତା ମାନଙ୍କର ପୂଜାର୍ଚ୍ଚନା କରିବାର ବିଧି ରହିଛି। ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ସକାଳ ସମୟରେ ଜଳ ଅର୍ପଣ କରାଯାଇଥାଏ।ଘରର ସଫେଇ କାର୍ଯ୍ୟ ସକାଳ ସମୟରେ ହିଁ କରିବା ଉଚିତ। କାରଣ ସକାଳୁ ସୂର୍ଯ୍ୟର କିରଣ ଆମ ଘର ଉପରେ ପଡ଼ିଲେ, ସବୁ ନକାରାତ୍ମକ ଉର୍ଜା ନଷ୍ଟ ହୋଇ ଯାଇଥାଏ ଏବଂ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ମନୁଷ୍ୟକୁ ସବୁବେଳେ ସକାଳୁ ଶୀଘ୍ର ଉଠି ନିଜର ନିତ୍ୟକର୍ମ ଓ ସ୍ନାନ ଆଦି ସାରି ସକାଳର ଭୋଜନ ଗ୍ରହଣ କରିବା ଉଚିତ। ଏଭଳି କରିବା ଦ୍ଵାରା ମନୁଷ୍ୟ ସାରା ଜୀବନ ସୁସ୍ଥ ରହି ସବୁ କାର୍ଯ୍ୟ କରି ପାରିବ। ସକାଳେ ନିଜ ମନରେ ସକାରାତ୍ମକ ଭାବନା ରଖିଲେ, ସାରା ଦିନ ସୁଖଶାନ୍ତିରେ ଅତିବାହିତ ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ ଏଭଳି ୭ ଗୋଟି ଦୈନନ୍ଦିନ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ସର୍ବଦା ସୁଖସମୃଦ୍ଧିର ବାସ ହେବ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଯଦି ଆପଣଙ୍କୁ ସକାଳୁ ଉଠିବା ପରେ ନିଜର ଆଖପାଖରେ ଜଳ, ପକ୍ଷୀ କିମ୍ବା ଧଳା ରଙ୍ଗର ଫୁଲ ଦେଖା ଦେଉଛି, ତାହେଲେ ବୁଝି ଯାଆନ୍ତୁ କି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ। କାରଣ ଜଳ, ପକ୍ଷୀ, ଫୁଲ ଏଗୁଡ଼ିକୁ ଶାନ୍ତିର ପ୍ରତୀକ ବୋଲି ମାନା ଯାଇଥାଏ।

-ସକାଳେ ଉଠିବା ପରେ ଯଦି ଆପଣଙ୍କ ଘରର ଦୁଆର ମୁହଁରେ ଗାଈ ଦେଖାଦିଏ କିମ୍ବା ତାର ଶବ୍ଦ ଶୁଣାଯାଏ, ତାହେଲେ ବୁଝି ଯାଆନ୍ତୁ କି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୋବର କିମ୍ବା ସବୁଜ ରଙ୍ଗର ଘାସ ସକାଳ ସମୟରେ ଦେଖିବା ବହୁତ ଶୁଭ ମାନା ଯାଇଥାଏ। ଏହାଦ୍ୱାରା ଜୀବନରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।

– ସକାଳ ସମୟରେ ନଡିଆ , ଶଙ୍ଖ, ମୟୁର, ହଂସ ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ମାନା ଯାଇଥାଏ।

– ବେଳେବେଳେ ଆପଣ ସକାଳୁ ଉଠି ଦେଖିଥିବେ, ଘର ସାମ୍ନାରେ ଗାଈ ଗୋବର ପଡ଼ିଥାଏ। ଏହା ଦେଖି ଲୋକମାନେ ଚିଡିଥାନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଘର ପାଇଁ ଶୁଭ ହୋଇଥାଏ।

– ସକାଳୁ ଉଠି ପ୍ରଥମେ ନିଜ ହାତର ଦର୍ଶନ କରିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। କାରଣ ହାତରେ ଦେବୀ ଲକ୍ଷ୍ମୀ, ଦେବୀ ସରସ୍ୱତୀ ଏବଂ ପ୍ରଭୁ ଶ୍ରୀକୃଷ୍ଣ ବାସ କରିଥାନ୍ତି।

– ଯଦି ଆପଣ ସକାଳୁ ଉଠିବା ପରେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଦର୍ଶନ କରନ୍ତି, ତାହେଲେ ଦିନଟି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏହାସହିତ ଆପଣଙ୍କ ଜୀବନରେ ଆସୁଥିବା ସବୁ ସଙ୍କଟ ଦୂର ହୋଇଯିବ।

Leave a comment

You cannot copy content of this page