ଅପରାଧୀକୁ ଧରିବା ପାଇଁ ପ୍ରେମିକା ସାଜିଲେ ମହିଳା ପୁଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଜର କର୍ମ ପ୍ରତି ନିଷ୍ଠାଥିଲେ କୌଣସି କାମ ଅସଫଳ ହୁଏନି । ଅପରାଧୀକୁ ଧରିବା ପାଇଁ ପୁଲିସ ବିଭିନ୍ନ ଉପାୟ ଚିନ୍ତା କରେ । ତେବେ ମଧ୍ୟପ୍ରଦେଶର ଜଣେ ମହିଳା ପୁଲିସ ଜଣେ ମୋଷ୍ଟ୍‌ ୱାଣ୍ଟେଡ୍‌ ଅପରାଧୀଙ୍କୁ ଗିରଫ କରିବା ପାଇଁ ତାଙ୍କ ପ୍ରେମିକା ସାଜିଥିଲେ ।

ମଧ୍ୟପ୍ରଦେଶ ପୁଲିସ ଗୁରୁବାର ଛତରପୁରଠାରୁ ୧୬ଟି ଅପରାଧିକ ମାମଲା ଥିବା ଜଣେ ହାର୍ଡ କୋର ଅପରାଧିକୁ କିପରି ଧରିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଭିଯୁକ୍ତଙ୍କ ବିରୋଧରେ ହତ୍ୟାରୁ ନେଇ ନକଲି ବିବାହ ଅଭିଯୋଗ ଆଦି ପୂର୍ବରୁ ରହିଥିବା ବେଳେ ଶେଷରେ ପୁଲିସ ଚାଲାକି ଆଗରେ ସେ ଧରାପଡ଼ିଛି । ସୂଚନା ରହିଛି ଯେ ଉତ୍ତରପ୍ରଦେଶର ମହୁବା ଜିଲ୍ଲାର ବାଲକିଷନ ନାମକ ଏହି ମୋଷ୍ଟ୍‌ ୱାଣ୍ଟେଡ ଯୁବକଙ୍କ ମୁଣ୍ଡରେ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ଚଳିତ ବର୍ଷ ଅଗଷ୍ଟରେ ବାଲକିଷନ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମଧ୍ୟପଦେଶ ପୁଲିସ ତାଙ୍କୁ ଧରିବା ପାଇଁ ବହୁବାର ଚେଷ୍ଟା କରିବା ସତ୍ତ୍ବେ ବାରବାର ସେ ଖସି ଚାଲି ଯାଉଥିଲା । ପୁଲିସକୁ ଜାଣିବାକୁ ମିଳିଲା ଯେ ବ୍ୟକ୍ତି ଜଣକ ବିବାହ ପାଇଁ ନିଜ ପାଇଁ ଏକ କନ୍ୟା ଖୋଜୁଛି । ପୁଲିସ ଏକଥା ଜାଣିବା ପରେ ଜଣେ ମହିଳା ପୁଲିସ ବାଲକିଷନକୁ ନିଜ ଫାଶରେ ପକାଇବା ପାଇଁ ଯୋଜନା କରିଥିଲେ ।

Leave a comment