ଲେଡି ହୋମେଗାର୍ଡ ଙ୍କ ଆତ୍ମହୁତି ଉଦ୍ୟମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୁବନେଶ୍ୱର ଧାରଣା ସ୍ଥଳ ଭାବରେ ପରଚିତ ଲୋଏର ପିଏମଜିରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥଲେ । ତାଙ୍କୁ ପୋଲିସ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲକୁ ନେଇଥିଲା ।

ସୂଚନା ଅନୁଯାୟୀ, ବିଧାନସଭାର ମୌସୁମୀ ଅଧିବେଶନ ଚାଲୁଥିବାରୁ ଧରଣାସ୍ଥଳରେ ନିଜର ଦାବି ପୂରଣ ପାଇଁ ସମସ୍ତେ ନିଜ ଚେଷ୍ଟାରେ ବ୍ୟସ୍ତ ଥିବା ସମୟରେ ହଠାତ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇବାର ଦେଖି ପୋଲିସ ମାନେ ତାଙ୍କ ନିକଟକୁ ଦୌଡିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ନିଆ ଯାଇଥିଲା ।

ଦେହରେ ନିଆଁ ଲଗାଇଥିବା ମହିଳା ଜଣକ କଟକ ଜିଲ୍ଲାର କୁଆଇଲୋ ଗ୍ରାମର କାଞ୍ଚନଦେଇ ପାତ୍ର, ସେ ଜଣେ ମହିଳା ଗୃହରକ୍ଷୀ ଭାବରେ କାର୍ଯ୍ୟ କରୁଥିଲେ । କାଞ୍ଚନ ୨୦୦୬ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଭିନ୍ନ ଥାନା ଅଧୀନରେ କାର୍ଯ୍ୟ କରି ଆସୁଥିଲେ । ମାତ୍ର ସେତେବେଳର ଡିସିପି ନିତିନଜିତ ସିଂହ ତାଙ୍କୁ ହଠାତ ଡାକି ଆଉ କାମକୁ ନ ଆସିବାକୁ କହିଥିଲେ । ଏହାର କାରଣ କଣ ସେ ଜାଣିବାକୁ ଅନେକଥର ଚେଷ୍ଟା କରିଥିଲେ ମଧ୍ୟ କେହି ବି ଏହାର କାରଣ ଦର୍ଶାଇବାରେ ସମର୍ଥ ହୋଇ ନଥିଲେ । ଗତ ୩ ତାରିଖରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ସାକ୍ଷାତ କରି କାଞ୍ଚନ ତାଙ୍କ ଗୁହାରି ଜଣାଇଥିଲେ । ଶ୍ରୀ ବେହେରା ଏହାକୁ ସମାଧାନ କରିବାକୁ ତାଙ୍କ ଅଧିନସ୍ଥ ଅଧିକାରୀଙ୍କୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସେ ଡିସିପିଙ୍କୁ ଦେଖା କରି ଜଣାଇଥିଲେ ମଧ୍ୟ ସେ ତାଙ୍କ କଥା ଶୁଣୁନାହାନ୍ତି । କାଞ୍ଚନ ମନ୍ତ୍ରୀଙ୍କ ଅଧିନସ୍ଥ ଅଧିକାରୀଙ୍କୁ ଚିଠି ନେଇ ବାରମ୍ବାର ସିପି ଓ ଡିସିପି ଙ୍କ ପାଖକୁ ଯାଇଥିଲେ ମଧ୍ୟ କେହି ତାଙ୍କ କଥା ଉପରେ କର୍ଣ୍ଣପାତ ନକରିବାରୁ ସେ ଏପରି ପଦକ୍ଷପ ନେଇଥିବାର କହିଛନ୍ତି ।

ସୂଚନା ମୁତାବକ, ପାଖାପାଖି ୨ମାସ ହେବ କାଞ୍ଚନ କୂଅଖାଇ ବ୍ରିଜରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସୌଭାଗ୍ୟ ବଶତଃ ବୁଡିଯାଇଥିବା ସ୍କୁଲ ପିଲାଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗ କର୍ମଚାରୀ ନଦୀରେ ଉପସ୍ଥିତ ଥିବାରୁ ସେମାନେ ମୁର୍ମୁଷ ଅବସ୍ଥାରେ କାଞ୍ଚନଙ୍କୁ ଉଦ୍ଧାର କରି ହସ୍ପିଟାଲ କୁ ପଠାଇଥିଲେ ।

ସେହିପରି ସେ ସମୟରେ ନିଲମ୍ବିତ ହୋଇଥିବା ଜଣେ ଗୃହରକ୍ଷୀ ନବୀନ ନିବାସ ସମ୍ମୁଖରେ ନିଜଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

Leave a comment