କଙ୍ଗନାଙ୍କୁ ଦେଶୀ ଗୁଆ ଘିଅର ଲଡୁ ପଠାଇଛନ୍ତି ବିକ୍କି-କ୍ୟାଟ୍ରିନା, ଧନ୍ୟବାଦ ଜଣାଇଲେ ପଙ୍ଗା କ୍ୱିନ

0

ମୁମ୍ବାଇ ୧୨/୧୨ : ଡିସେମ୍ବର ୯ ରେ ସବାଇ ମାଧୋପୁର ସ୍ଥିତ ସିକ୍ସ ସେନ୍ସେସ ଦୁର୍ଗରେ ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର ହୋଇଛି। ଦୁହିଁଙ୍କ ବାହାଘର ଫଟୋ ଭାଇରାଲ ହେବାପରେ ବଲିଉଡ ସମେତ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇତି ମଧ୍ୟରେ ନବ ବିବାହିତ ଦମ୍ପତି ମୁମ୍ବାଇ ପହଞ୍ଚି ନିଜ ବନ୍ଧୁମାନଙ୍କୁ ରିଟର୍ନ ଗିଫ୍ଟ ପଠାଇ ଧନ୍ୟବାଦ ଜଣାଇଛନ୍ତି।
ନିକଟରେ ବଲିଉଡ ପଙ୍ଗା କ୍ୱିନ କଙ୍ଗନା ରଣାୱତ ବିକ୍କି-କ୍ୟାଟ୍ରିନାଙ୍କ ପ୍ରଶଂସା କରିଥିଲେ। କଙ୍ଗନା ତାଙ୍କର ଏକ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ବାହାଘର ପରେ ବିକ୍କି-କ୍ୟାଟ୍ରିନା କଙ୍ଗନାଙ୍କ ପାଇଁ ଏକ ସୁନ୍ଦର ଉପହାର ପଠାଇଛନ୍ତି। ଉପହାର ପାଇ କଙ୍ଗନା ଧନ୍ୟବାଦ ଜଣାଇଛନ୍ତି।

ବିକ୍କି-କ୍ୟାଟ୍ କଙ୍ଗନାଙ୍କ ପାଇଁ ଦେଶୀ ଗୁଆ ଘିଅରେ ପ୍ରସ୍ତୁତ ହୋଇଥିବା ଲଡୁ ପଠାଇଛନ୍ତି। ଏହାସହ ଫୁଲ ଓ ଏକ ନୋଟ ମଧ୍ୟ ଅଛି। କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏହାର ଫଟୋ ସେୟାର କରି ଲେଖିଛନ୍ତି-ବିକ୍କି ଓ କ୍ୟାଟ୍ରିନାଙ୍କ ତରଫରୁ ବହୁତ ସ୍ୱାଦିଷ୍ଟ ଦେଶୀ ଗୁଆ ଘିଅର ଲଡୁ ଆସିଛି। ଧନ୍ୟବାଦ ଓ ଅନେକ ଅନେକ ଶୁଭେଚ୍ଛା।

Leave a comment