ମାଓବାଦୀ ନୁହେଁ, ଶ୍ରମିକ ସ୍ପଷ୍ଟ କଲେ କେନ୍ଦ୍ରାଞ୍ଚଳ ଆଇଜି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେଗୁନିଆ ଥାନା ଅଞ୍ଚଳରୁ ଧରା ପଡିଥିବା ଯୁବକ ଜଣକ ମାଓବାଦୀ ବୋଲି ସବୁଆଡେ ଚର୍ଚ୍ଚା ଚାଲିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଅଟକ ଯୁବକ ଜଣକ ମାଓବାଦୀ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ।
ସୂଚନା ଅନୁଯାୟୀ, ଆଜି ବେଗୁନିଆ ଥାନା ଅନ୍ତର୍ଗତ ନିକଟସ୍ଥ ଜଙ୍ଗଲ ରୁ ଏକ ଯୁବକ ଙ୍କୁ ମାଓବାଦୀ ସନ୍ଦେହରେ ଅଟକ ରଖାଯାଇଥିଲା । ଏହି ଘଟଣା ପ୍ରଘଟ ହେଲାପରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ବେଗୁନିଆ ଥାନା କୁ ଯାଇ ଯୁବକଙ୍କୁ ମାରାଥନ ଜେରା କରିବା ପରେ ଘଟଣାର ସତ୍ୟତା ଜଣାପଡିଛି । ଅଟକ ଯୁବକ ଜଣକ ନୂଆପଡା ଜିଲ୍ଲା ବୋଡେନ ଅଞ୍ଚଳର ସୁରେଶ ପହଁରିଆ ବୋଲି ଜଣାପଡିଛି । ସେ ଅନ୍ୟ ଦୁଇ ଜଣ ଯୁବକ ସହିତ ଆନ୍ଧ୍ରପ୍ରଦେଶ ର ଏକ ଇଟା ଭାଟିରେ କାମ କରୁଥିବା ବେଳେ ସେଠି କିଛି ପଇସା ବାକି ରଖି ସେଠାରୁ ଲୁଚି ପଳାଇଆସି ବେଗୁନିଆ ଅଞ୍ଚଳର ଗଜମୁଣ୍ଡିଆ ଜଙ୍ଗଲରେ ଲୁଚିଥିଲେ । ସେଠାରୁ ସୁରେଶ କୁ ଧରା ଯିବା ସହ ଅନ୍ୟ ଦୁଇ ସାଥିଙ୍କୁ ପୋଲିସ ଖୋଜୁଛି ଏବଂ ସମସ୍ତ ଘଟଣାର ତଦନ୍ତ ଚାଲୁଛି ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।