କର୍ଣ୍ଣାଟକ ରାଜନୀତି, କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କର୍ଣ୍ଣାଟକ ରାଜନୀତି ପୁଣି ରୋଚକ ମୋଡରେ ପହଞ୍ଚିଛି । ସୋମବାର ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥାପ୍ରସ୍ତାବ ଆଗତ କରିବା ପରେ ଜୁଲାଇ ୧୮ରେ ଏହା ଉପରେ ଆଲୋଚନା ହେବ ବୋଲି ନିଷ୍ପତ୍ତି ନିଆଯାଇଛିି । କଂଗ୍ରେସ-ଜେଡିଏସ ମେଣ୍ଟ ଆସନ୍ତା ଗୁରୁବାର ଦିନ ୧୧ଟାରେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ଆଲୋଚନା ପରେ ବିଧାନସଭାରେ ଅନାସ୍ଥାପ୍ରସ୍ତାବ ଉପରେ ଭୋଟିଂ ହେବ । ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ବମୀ ଗୃହରେ ଆସ୍ଥା ଭୋଟ ପାଇଁ ତାରିଖ ର୍ନିଦ୍ଧାରଣ କରିବାକୁ ବାଚସ୍ପତିଙ୍କୁ କହିଥିଲେ । ତେବେ ଆଜି ବିଜେପି ମଧ୍ୟ କୁମାରସ୍ବାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି । ତେବେ ଗୃହରେ ଯଦି କୁମାରସ୍ବାମୀ ବହୁମତ ସାବ୍ୟସ୍ତ ନ କରିପାରନ୍ତି ତାହେଲେ ବିଜେପି ବିଧାୟକମାନେ ଗୃହରେ ହଙ୍ଗାମା କରିବେ ବୋଲି କହିଛନ୍ତି ।

ଏ ନେଇ କଂଗ୍ରେସ ନେତା ସିଦ୍ଧରମେୟା କହିଛନ୍ତି, ଆମେ ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ । ଏବେବି ଆଶା ଅଛି ଆମ ବିଧାୟକମାନେ ରାଜି ହୋଇ ଇସ୍ତଫା ପତ୍ର ଫେରାଇ ନେବେ ଓ ମେଣ୍ଟ ସରକାର ବଞ୍ଚିଯିବ ।

ସୂଚନାଥାଉ କି, ସୋମବାର ମୁମ୍ବାଇର ଏକ ହୋଟେଲରେ କଂଗ୍ରେସ ଏକ ବୈଠକ ଡକାଇଥିଲା । ଇସ୍ତଫା ଦେଇଥିବା ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିବା ବେଳେ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକମାନେ ବୈଠକରେ ଯୋଗଦେଇ ନଥିଲେ ।

Leave a comment