କ୍ରିଷ୍ଣ କୁମାରଙ୍କୁ ମିଳିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଶାସକ କ୍ରିଷ୍ଣ କୁମାରଙ୍କୁ ମିଳିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ । ଆସନ୍ତା ୧୯ ତାରିଖରୁ ସେ ଏହି ଅତିରିକ୍ତ ଦାୟିତ୍ୱ ପ୍ରତିପାଦନ କରିବେ । କିଛିଦିନ ତଳେ କ୍ରିଷ୍ଣ କୁମାରଙ୍କୁ ପୂର୍ତ୍ତ ବିଭାଗ ସଚିବ ଭାବେ ନିଯୁକ୍ତ କରାଯାଇଥିଲା । ତେଣୁ ବର୍ତ୍ତମାନ ପ୍ରଶାସକ କ୍ରିଷ୍ଣ କୁମାର ପୂର୍ତ୍ତ ବିଭାଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ବର୍ତ୍ତମାନର ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ କରାଯାଇଛି ।

ସୂଚନା ଅନୁଯାୟୀ, ଆଇଏଏସ କ୍ରିଷ୍ଣ କୁମାର ଜଣେ ଲୋକପ୍ରିୟ ପ୍ରଶାସନିକ ଅଧିକାରୀ । ୨୦୦୨ ବ୍ୟାଚର ଏହି ପ୍ରଶାସନିକ ଅଧିକାରୀଙ୍କ ଦେହରେ ଲାଗିନି କୌଣସି ସ୍କାମର ଛିଟା । ଆଇଏଏସ କ୍ରିଷ୍ଣ କୁମାର ନିଜ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତି ପାଇଁ କେବଳ ଶାସକ ଦଳ ନୁହେଁ ବିରୋଧୀ ଦଳରେ ମଧ୍ୟ ପ୍ରଶଂସାର ପତ୍ର ହୋଇପାରିଛନ୍ତି । ନିକଟରେ ବିଧାନସଭା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଶାସକ ଦଳକୁ ପ୍ରଶ୍ନ କରିଥିଲେ କି ପୂର୍ତ୍ତ ବିଭାଗର ଦାୟିତ୍ବ ଜଣେ ଆଇଏଏସଙ୍କୁ କାହିଁକି ଦିଆଯାଇଛି । ଏହି ସମୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ତାରା ବାହିନୀପତି କହି ଉଠିଥିଲେ କି ଆଇଏଏସ କ୍ରିଷ୍ଣ କୁମାର ଜଣେ ଫାଇନ ଲୋକ ସେ ଦୁର୍ନୀତି ଠାରୁ ବହୁ ଦୂରରେ । ଏହି କଥାରୁ ଜଣାପଡେ ଯେ କ୍ରିଷ୍ଣ କୁମାର କେବଳ ଶାସକ ଦଳ ନୁହେଁ ବରଂ ବିରୋଧୀ ନେତାଙ୍କର ମଧ୍ୟ ପ୍ରିୟ । ଯାହାକି ଖୁବ କମ ଅଫିସରଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ।

Leave a comment