ମୁଖ୍ୟ ଶାସନ ସଚିବଙ୍କ କୋଟିଆ ଗସ୍ତ

ଭୁବନେଶ୍ୱର : ଆଜି କୋଟିଆ ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋଟିଆରେ ସରକାରଙ୍କ ତରଫରୁ ଚାଲିଥିବା ଥାନା, ଡାକ୍ତରଖାନା ଆଦି ବିଭିନ୍ନ ପକଳ୍ପର ସମୀକ୍ଷା କରିବେ । ତେବେ କୋଟିଆ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଦେଓମାଳୀ ଯିବେ । କୋଟିଆ ଗସ୍ତ ସାରି ନକ୍ସଲ ପ୍ରବଣ ନାରାୟଣପାଟଣା ଓ ବନ୍ଧୁଗାଁ ବି ଯାଇ ଅନେକ ପ୍ରକଳ୍ପ କାମର ସମୀକ୍ଷା କରିବେ । ତେବେ କୋଟିଆକୁ ପଛୁଆ ଦର୍ଶାଇ ପଡୋଶୀ ଆନ୍ଧ୍ର ପାର୍ବତୀପୁରମ ଜିଲ୍ଲାରେ ଏହାକୁ ନିକଟରେ ସାମିଲ କରିଛି । ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର ।
ପୂର୍ବରୁ କୋଟିଆ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଅନେକ ପ୍ରକଳ୍ପ କାମ ନିର୍ମାଣ ସରିଛି ଏବଂ ଆଉ କିଛି ନିକଟ ମଧ୍ୟରେ ସରିବ। ତେବେ କୋଟିଆ ଛାତ୍ରଛାତ୍ରୀ ଆନ୍ଧ୍ର ମୁହାଁ ହେଉଥିବାରୁ କୋଟିଆ ପଂଚାୟତ ପାଇଁ ସ୍ବତନ୍ତ୍ର ଭାବେ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟ ନିର୍ମାଣ କରୁଛନ୍ତି । ଏଠାରେ ଛାତ୍ରଛାତ୍ରୀ ମାନେ ଖୁବଶୀଘ୍ର ଇଂରାଜୀ ମାଧ୍ୟମରେ ସିବିଏସସି ବୋର୍ଡର ପାଠ୍ୟକ୍ରମ ପଢିବେ । ତେଣୁ ଏହି ଆଦର୍ଶ ବିଦ୍ୟାଳୟର ସ୍ଥିତି ଓ ଅଗ୍ରଗତି ଅନୁଧ୍ୟାନ କରିବେ ମୁଖ୍ୟ ଶାସନ ସଚିବ।