ବଦଳିଲେ କୋରାପୁଟ ଜିଲ୍ଲାପାଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି । ତାଙ୍କ ସ୍ଥାନରେ ମହମ୍ମଦ ଅବଦାଲ ଅଖତର ହୋଇଛନ୍ତି କୋରାପୁଟ ଜିଲ୍ଲାପାଳ । କୋଟିଆରେ ଆନ୍ଧ୍ରର ନିର୍ବାଚନ ବିବାଦ ପରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି ।

ସୂଚନାଯୋଗ୍ୟ, ମହମ୍ମଦ ଅବଦାଲ ଅଖତର ଏବେ କଟକ ପିଡି ଡିଆରଡିଏ ଅଛନ୍ତି । ଆଜି ମଧୁସୂଦନ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ମଧୁସୂଦନ। କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନ ନେଇ ହଇଚଇ ସୃଷ୍ଟି ହୋଇଥିଲା । ଆନ୍ଧ୍ର ଓଡ଼ିଶା ବିବାଦୀୟ କୋଟିଆର ୩ଟି ଗାଁକୁ କବଜା କରିବା ସହ ନାଁ ବଦଳାଇ ଦେଇଛି ଆନ୍ଧ୍ର । ତିନିଟି ଗାଁ ତଳ ଗଞ୍ଜେଇ ପଦର,ଫାଟୁସିନେରୀ ଓ ଫଗୁଣ ସିନେରୀ ଗାଁର ନାମକୁ ବଦଳାଇ ଦେଇଛି । କୋଟିଆ ର ୨୧ ଗୋଟି ଗ୍ରାମକୁ ନେଇ ଆନ୍ଧ୍ର ଓଡିଶା ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଛି ।

Leave a comment