କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୩୧, ୫୩୦୦ରୁ ଅଧିକ ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଭାଇରସ ଦିନକୁ ଦିନ ମରାତ୍ମକ ହେଉଛି । ଚୀନରେ ଏଯାଏଁ ୧୩୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୫୩୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୪୦ ଜଣଙ୍କ ନିକଟରେ କୋରନା ଭାଇରସ ଥିବା ଚିହ୍ନିତ କରାଯାଇଛି ।

ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କ ଜାରି କରାଯାଇଛି । ସେହଭଳି ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବୁହାନ ସହରରେ ଫସିଥିବା ୮ ଜଣ ଭାରତୀୟ ଛାତ୍ର ଭାରତ ସରକାରଙ୍କୁ ଅପିଲ କରିଛନ୍ତି ଯେ, ସେମାନଙ୍କୁ ଯେତେ ଶୀଘ୍ର ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ ସେତିକି ଭଲ । ବୁହାନ ୟୁନିଭରସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀରେ ଅଧ୍ୟୟନରତ ଏହି ଭାରତୀୟ ଛାତ୍ରମାନେ କହିଛନ୍ତି, ସହର ଏବେ ସଂପୂର୍ଣ୍ଣ ରୂପେ ସିଲ ହୋଇଛି ଏବଂ ତାଙ୍କ ପାଇଁ ଖାଇବା ପିଇବା କିଛି ମିଳିବ ନାହିଁ ।

Leave a comment