କୋଣାର୍କ ଇକୋ ରିଟ୍ରିଟରେ ଦୁଇ ଦିନିଆ ପର୍ଯ୍ୟଟନମନ୍ତ୍ରୀଙ୍କ ସମ୍ମିଳନୀ

0

ଓଡିଶା ଫାଷ୍ଟ( ବ୍ୟୁରୋ): କୋଣାର୍କରେ ଆୟୋଜିତ ହେଉଥିବା ଇକୋ ରିଟ୍ରିଟ୍ ରେ ଦୁଇ ଦିନିଆ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ,ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଙ୍କ ସହ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବ୍ୟାପକ ସୁରକ୍ଷା ସାଙ୍ଗକୁ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସ୍ବାଗତ କରିବାକୁ ସମସ୍ତ କାର୍ଯ୍ୟକ୍ରମ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି । ଇକୋ ରିଟ୍ରିଟର ସଭାସ୍ଥଳକୁ ସି.ସି ଟି.ଭି ସର୍ଭିଲାନ୍ସରେ ରଖା ଯାଇଛି । ଏହି କାର୍ଯ୍ୟକ୍ରମ 2 ଦିନ ଧରି ଚାଲିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା କଡା କଡି କରାଯାଇଥିବାବେଳେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସୁଥିବା ଅତିଥୀ ମାନେ ଇକୋ ରିଟ୍ରିଟରେ ପହଁଞ୍ଚିବା ପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ସହ ଇଣ୍ଟର ପ୍ରିଟେସନ ହଲ ବୁଲାଇ ଦେଖାଇବା ସହ କୋଣାର୍କର ଐତିହ୍ୟ ସଂପର୍କରେ ଅବଗତ କରାଯିବ ।

Leave a comment