ଶରୀର ପାଇଁ କୋଳଥ ଡାଲି
ଡାଲି ହେଉଛି ପ୍ରୋଟିନର ଗୋଟିଏ ବଡ ସ୍ରୋତ । ତା ସହିତ ଏହା ଅନେକ ପୋଷକ ତତ୍ତ୍ୱରେ ଭରପୁର ଅଟେ । ବିଭିନ୍ନ ଡାଲି ମାନଙ୍କ ମଧ୍ୟରୁ ‘କୋଳଥ ଡାଲି’ ହେଉଛି ଶରୀର ପାଇଁ ଓ ଶୀତଋତୁରେ ଖୁବ ହିତକର । ଆଜି ଜାଣିବା ‘କୋଳଥ ଡାଲି’ ଶରୀର ପାଇଁ କେତେ ଉପକାରୀ ଅଟେ ।
କୋଳଥ ଡାଲି କିଡ୍ନୀ ଷ୍ଟୋନ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ। କୋଳଥ ଡାଲି ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୂର ହୋଇଥାଏ। ଆମ ରାଜ୍ୟର ଗାଁ ଗହଳି ରେ କୋଳଥ ଡାଲି ଖୁବ ବ୍ୟବହାର କରାଯାଇ ଥାଏ ।
କୋଳଥ ଡାଲି ଶରୀରକୁ ପର୍ଯ୍ୟାପ୍ତ ପୋଷଣ ଯୋଗାଇବା ସହିତ ବିଭିନ୍ନ ରୋଗରୁ ମଧ୍ୟ ଦୂର କରିଥାଏ ।
ଶୀତଋତୁରେ ପ୍ରାୟତଃ ସର୍ଦି କାଶ ଲାଗି ରହିଥାଏ । ଯଦି ଏପରି ହେଉଛି ତେବେ ଶୀତଋତୁ ରେ କୋଳଥ ଡାଲି ର ପ୍ରୟୋଗ ପାରମ୍ପରିକ ଭାବରେ କରାଯାଇ ଥାଏ । ଗବେଷକ ମାନଙ୍କ ମତରେ କୋଳଥ ଡାଲିର ପାଣି ଥଣ୍ଡା କାଶ ଠାରୁ ଆରାମ ଦେଇଥାଏ । ଏହା ଶରୀର କୁ ଭିତରୁ ଗରମ ପ୍ରଦାନ କରିଥାଏ । ଗଳାର ସଂକ୍ରମଣ କୁ ଦୂର କରି କାଶ ଠିକ କରିଥାଏ ।
ମଧୁମେହ ଠାରୁ ଦୁରେଇ ରଖେ:
ମଧୁମେହ ଗୋଟିଏ ଏପରି ରୋଗ, ଯାହା ଜୀବନ ଜାପାନ ପ୍ରଣାଳୀ ସହିତ ସମ୍ପୂର୍ଣ ଖାଦ୍ୟ ପ୍ରଣାଳୀ କୁ ବଦଳାଇ ଦେଇଥାଏ l
ପ୍ରତିଦିନ ସକାଳୁ ଯଦି କୋଳଥ ଡାଲି କୁ ସିଝାଇ ତାର ପାଣିକୁ ଖାଲି ପେଟରେ ସେବନ କରିବେ ତେବେ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରିତ ରହିବ l ଏହାକୁ ସେବନ କରିବା ପୂର୍ବରୁ ପେଟ ସମ୍ପୂର୍ଣ ସଫା ଥିବା ଆବଶ୍ୟକ l
ମୋଟାପଣ ନିୟନ୍ତ୍ରିତ କରିଥାଏ:
ଆଜିକାଲି ପ୍ରାୟ ସମସ୍ତେ ମୋଟାପଣ ଯୋଗୁଁ ଚିନ୍ତିତ ରହୁଛନ୍ତି । ଯଦି ଆପଣ ନିଜର ମୋଟାପା ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ କୋଳଥ ଡାଲି ଆପଣଙ୍କୁ ସାହାଯ୍ୟ କରିବ । ପ୍ରତିଦିନ ଯଦି ଆପଣ କୋଳଥ ଡାଲି ନିଜ ଖାଦ୍ୟରେ ସାମିଲ କରିବେ ତେବେ ଆପଣଙ୍କ ଓଜନ ନିୟନ୍ତ୍ରିତ ହେବ ।
ହାର୍ଟକୁ ସୁରକ୍ଷିତ ରଖେ:
କୋଳଥ ଡାଲି ନିୟମିତ ସେବନ କରିବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । କୋଳଥ ଡାଲି ବ୍ଲଡ଼ କୁ ପତଳା କରି ଠିକ ଭାବରେ ଶରୀରରେ ରକ୍ତ ସଂଚାଳନ କରିଥାଏ ଓ ହୃତ୍ପିଣ୍ଡ ସୁରକ୍ଷିତ ରହିଥାଏ । କିଡ୍ନୀ ଷ୍ଟୋନ ପାଇଁ:କୋଳଥ ଡାଲି କିଡ୍ନୀ ଷ୍ଟୋନ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ ।
ଗୋଟିଏ ଗବେଷଣାରୁ ଜଣା ପଡିଛି କିଡ୍ନୀର ଷ୍ଟୋନ ପାଇଁ କୋଳଥ ଡାଲି ଖୁବ ହିତକର । କୋଳଥ ଡାଲିରେ ଆଣ୍ଟି ଅକ୍ସିଡାଂଟ ଥାଏ ଯାହା ଶରୀରର ବର୍ଜ୍ୟ ବସ୍ତୁକୁ ବାହାର କରିବାରେ ସାହାଯ୍ୟ କରିଥାଏ ।
କୋଲେଷ୍ଟ୍ରଲ ନିୟନ୍ତ୍ରିତ କରିଥାଏ:
କୋଳଥ ଡାଲି ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୂର ହୋଇଥାଏ । ଏହା ଶରୀରରେ ଖରାପ କୋଲେଷ୍ଟ୍ରଲକୁ କମାଇ ଭଲ କୋଲେଷ୍ଟ୍ରଲର ବୃଦ୍ଧି କରିଥାଏ । କାରଣ କୋଳଥ ଡାଲିରେ ପ୍ରଚୁର ପରିମାଣରେ ଫାଇବର ଭରି ହୋଇ ରହିଛି ।
ତ୍ୱଚା ପାଇଁ ‘କୋଳଥ ଡାଲି’:
କୋଳଥ ଡାଲିରେ ଫ୍ଲେବୋନାଏଡ଼ ରହିଛି ଯାହା ତ୍ୱଚାକୁ ସୂର୍ଯ୍ୟଙ୍କ ଅତି ବାଇଗଣୀ କିରଣରୁ ରକ୍ଷା କରିଥାଏ । ତେଣୁ ‘କୋଳଥ ଡାଲି’ ନିୟମିତ ଖାଇବା ଖୁବ ହିତକର ।