ଜାଣନ୍ତୁ, ଅପରାଜିତା ଫୁଲର ଉପଯୋଗୀତା

ଦୂର କରିବ ଆର୍ଥିକ ସମସ୍ୟା, ପୂରଣ ହେବ ମନୋସ୍କାମନା

0

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଲୋକଙ୍କ ପାଇଁ ଏକ ଅପରାଜିତା ଫୁଲର ସରଳ ଉପାୟ ରହିଛି ଯାହାଦ୍ୱାରା ଆର୍ଥିକ ଅନାଟନ ଦୂର କରାଯାଇପାରିବ। ସୋମବାର କିମ୍ବା ଶନିବାର ଦିନ ୩ଟି ଅପରାଜିତା ଫୁଲ ପାଣିରେ ପ୍ରବାହିତ କଲେ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ। ଏହି ଉପାୟ ଲଗାତାର ୩ ସପ୍ତାହ ଯାଏଁ କାରବକୁ ପଡିଥାଏ।

ମନ ପସନ୍ଦ ଚାକିରୀ ପାଇବାକୁ ୫ଟି ଅପରାଜିତା ଫୁଲ ସହ ୫ ଖଣ୍ଡ ଫିଟକିରି ନିଜ ପୂଜା ଗୃହରେ ଭଗବାନଙ୍କୁ ଅର୍ପଣ କରନ୍ତି। ଆରଦିନ ଅପରାଜିତା ଫୁଲକୁ ନିଜ ପର୍ସରେ ରଖି ଦିଅନ୍ତୁ। ଇଣ୍ଟରଭ୍ୟୁକୁ ଯିବାବେଳେ ଏହାକୁ ସାଥିରେ ନେଇ ଯାଆନ୍ତୁ। ଏହି ଉପାୟ କଲେ ସଫଳତା ପ୍ରାପ୍ତ ହେବ।
ଜ୍ୟୋତିଷଶାସ୍ତ୍ର ଅନୁସାରେ, ଶନିବାର ଦିନ ଶନିଦେବଙ୍କୁ ଅପରାଜିତା ଫୁଲର ମାଳ ଅର୍ପଣ କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି। ଏହାଦ୍ୱାରା ଜୀବନରେ ଥିବା ସମସ୍ୟା ଶେଷ ହୋଇଥାଏ। ତାଛଡା ଉନ୍ନତି ଓ ସୁଖଶାନ୍ତି ପାଇଁ ସୋମବାର ଦିନ ଶିବଲିଙ୍ଗରେ ନୀଳ କିମ୍ବା ଧଳା ଅପରାଜିତା ଫୁଲ ଅର୍ପଣ କରନ୍ତୁ।
ମନୋସ୍କାମନା ପୂର୍ତ୍ତି ପାଇଁ ନୀଳ ରଙ୍ଗର ଅପରାଜିତା ଫୁଲର ମାଳ ତିଆରି କରି ଦେବୀ, ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଏହି ଉପାୟ ଦ୍ୱାରା ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି ଓ ମନୋସ୍କାମନା ପୂରଣ କରିଥାନ୍ତି।

Leave a comment

You cannot copy content of this page