ଆଣ୍ଟୁ ଓ କହୁଣିରୁ ଅତି ସହଜରେ ଦୁର କରନ୍ତୁ ଏମିତି କଳା ଦାଗ
ଆଣ୍ଠୁ କଳା ପଡିବା ଏକ ସାଧାରଣ ସମସ୍ୟା, ବେଳେବେଳେ ଆଣ୍ଠୁ କଳା ପଡିବା ଆପଣଙ୍କୁ କୈଣସି ବି ପୋଶାକ ପିନ୍ଧିବାରେ ଅସୁବିଧା ସୃଷ୍ଟି କରେ | ତଥାପି, ଘରୋଇ ଉପଚାରର ନିୟମିତ ବ୍ୟବହାର କରି ଆଣ୍ଠୁ ର ଏହି କଳା ଦାଗକୁ ମଧ୍ୟ ଦୂର କରିପାରେ | ତେବେ ଆସନ୍ତୁ ଜାଣିବା ଘରେ ଲକଡାଉନରେ ରହି ଆଣ୍ଠୁ ର କଳା କିପରି ହ୍ରାସ ହୋଇପାରିବ | ନଡ଼ିଆ ତେଲ – ନଡ଼ିଆ ତେଲରେ ଥିବା ଭିଟାମିନ୍ ଇ ଏବଂ ଫ୍ୟାଟି ଏସିଡ୍ ଚର୍ମର କଳା ଦୂର କରିବା ପାଇଁ ଅତ୍ୟନ୍ତ ଉପଯୋଗୀ | ତେଣୁ ଆପଣ ନଡିଆ ତେଲ ସହିତ ମାଲିସ୍ କରିପାରିବେ | ନଡ଼ିଆ ତେଲ ସହିତ ଆଣ୍ଠୁକୁ ଧୀରେ ଧୀରେ ମାଲିସ୍ କରନ୍ତୁ ଦେଖିବେ ଆଣ୍ଠୁ ର କଳା ଦାଗ ଦୂର ହେବ । ଲେମ୍ବୁ – ଲେମ୍ବୁରେ ଥିବା ଭିଟାମିନ୍ ସି ବ୍ଲାକ୍ ସ୍ପର୍ଟ କମେଇବା ରେ ସାହାଯ୍ୟ କରେ | ଖାଇବା ସମୟରେ ବଳକା ଲେମ୍ବୁ ପକାଇବା ପରିବର୍ତ୍ତେ ଏହାକୁ ଆଣ୍ଠୁରେ ଘଷନ୍ତୁ | ଏହା ଚର୍ମକୁ ବାହାର କରି କଳାଦାଗ କମ କରିଥାଏ | ଲେମ୍ବୁ କୁ ଧୋଇବା ପରେ ଏହାକୁ ୧୫ ମିନିଟ୍ ପାଇଁ ଛାଡିଦିଅନ୍ତୁ | ତା’ପରେ ପୁଣି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ |
୩ ହଦଳୀ ଏବଂ କ୍ଷୀର ପ୍ୟାକ୍- ହଦଳୀ ହେଉଛି ଏକ ଔଷଧ | ଏହାର ଅନେକ ଲାଭ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ | ହଳଦୀ ଏବଂ କ୍ଷୀର ର ମିଶ୍ରଣ କରି ଆପଣ ମାନେ ସେହି ସ୍ଥାନ ରେ ଘଷାନ୍ତୁ ଜାହା ଦ୍ୱାରା ଆଣ୍ଠୁ ରେ ଥିବା କଳା ଦାଗ ଦୂର ହେବ, ଏଥି ପାଇଁ ଆପଣ କିଛି କ୍ଷୀର ନିଅନ୍ତୁ, ଏଥିରେ ଟିକେ କଦଳୀ ଏବଂ ଟିକେ ମହୁ ମିଶାନ୍ତୁ | ଏହାକୁ ମିଶାଇ ଆଣ୍ଠୁରେ ଲଗାନ୍ତୁ | ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ | ସପ୍ତାହରେ ସାତ ଥର ଏହା କରନ୍ତୁ | ଆପଣ କିଛି ମାସ ମଧ୍ୟରେ ପାର୍ଥକ୍ୟ ଦେଖିବେ | ଏବଂ ଆପଣ ମାନଙ୍କର ଆଣ୍ଠୁ ରେ ରହି ଥିବା କଳାଦାଗ ସଂମ୍ପର୍ଣ୍ଣ ଭାବେ ଭଲ ହେବ ।