ଚୁମ୍ୱନ ଦେବା ଯୌନ ଅପରାଧ ନୁହେଁ -ମୁମ୍ୱାଇ ହାଇକୋର୍ଟ

0

ମୁମ୍ୱାଇ : ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣୀ କରିବା ସମୟରେ ମୁମ୍ୱାଇ ହାଇକୋର୍ଟ କହିଛନ୍ତି, ଚୁମ୍ୱନ ଦେବା ଅପ୍ରାକୃତିକ ଅପରାଧ ନୁହେଁ। ଚୁମ୍ୱନ ଦେବା ଓ ଭଲପାଇବା ଭାରତୀୟ ଦଣ୍ଡ ସଂହିତାର ୩୭୭ ଧାରାରେ ଅପ୍ରାକୃତିକ ଅପରାଧ ନୁହେଁ ବୋଲି କହି ଅଦାଲତ ଏକ ୧୪ ବର୍ଷୀୟ ବାଳକର ଯୌନ ଉତ୍ପୀଡ଼ନ ମାମଲାରେ ଯାମିନ ଦେଇଛନ୍ତି ।

ମୁମ୍ୱାଇ ହାଇ କୋର୍ଟର ବିଚାରପତି ଅନୁଜା ପ୍ରଭୁ ଦେଶାଇ ଶୁଣାଣୀ କରିବା ସମୟରେ କହିଛନ୍ତି ‘‘ପିଡୀତଙ୍କ ବୟାନ ସହିତ ଏତଲାରୁ ଜଣା ପଡ଼ିଛି ଜାମିନ ଆବେଦନକାରୀ ପିଡ଼ୀତଙ୍କ ବ୍ୟକ୍ତିଗତ ଅଙ୍ଗକୁ ଛୁଇଁବା ସହିତ ତାଙ୍କ ଓଠରେ ଚୁମ୍ୱନ ଦେଇଥିଲେ। ମୋ ବିଚାରରେ ଏହା ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୭ ଅନୁସାରେ ଅପରାଧ ନୁହେଁ’’।

ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆଇନ ବଳରେ ପୋଲିସ ପାଖରେ ଏତଲା ଦେଇଥିଲେ। ବିଚାରପତି ପ୍ରଭୁଦେଶାଇ କହିଛନ୍ତି ଡାକ୍ତରି ମାଇନାରୁ ପିଡ଼ୀତ ଯୌନ ଉତ୍ପୀଡ଼ନର ଶୀକାର ହୋଇଛନ୍ତି ବୋଲି ଜଣା ପଡ଼ିନାହିଁ। ଅଭିଯୁକ୍ତ ବର୍ଷେ ପୋଲିସ ହେପାଜତରେ ରହି ସାରିଲେଣି ତେଣୁ ତାଙ୍କର ଜାମିନ୍‌ ପାଇବାର ଅଧିକାର ରହିଛି। ଅଦାଲତ ଅଭିଯୁକ୍ତଙ୍କୁ ୩୦ହଜାର ଟଙ୍କା ମୁଚାଲିକା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a comment