ତୃତୀୟ ସବୁଠୁ ଲମ୍ବା ଭାଷଣ, କିଷାନ ଶବ୍ଦର ୨୯ ଥର ବ୍ୟବହାର, ଜାଣନ୍ତୁ ମୋଦୀଙ୍କ ସମ୍ବୋଧନର ଖାସ୍ କଥା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାରୁ ଲମ୍ବା ଭାଷଣ ଦେଇଛନ୍ତି। ୮୮ ମିନିଟ୍‌ର ସମ୍ବୋଧନରେ ପ୍ରଧାନମନ୍ତ୍ରୀ କୃଷକ, ଯୁବକ, ଦଳିତ, ଓବିସି ଆଦି ବିଷୟରେ ଉଲ୍ଲେଖ କରିଛନ୍ତି। ଏଥିସହ ସାତ ଥର ସେ ଆତ୍ମ ନିର୍ଭର ଭାରତ, ଅମୃତ ଉତ୍ସବ ସଂକଳ୍ପ ଶବ୍ଦ ଉଚ୍ଚାରଣ କରିଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ୮୮ ମିନିଟ୍‌ ନିଜର ସମ୍ବୋଧନରେ ‘ଭାରତ’ ଶବ୍ଦର ଉପଯୋଗ ସବୁଠୁ ଅଧିକ ୬୬ ଥର କରିଛନ୍ତି।

ଭାଷଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନରେ ୨୯ ଥର କୃଷକ, ୧୭ ଥର ଯୋଜନା ଶବ୍ଦ ଉଚ୍ଚାରଣ କରିଛନ୍ତି। ସେପଟେ ଗାଁ, ସ୍ଵାଧୀନତା ଓ ମ୍ୟାନୁଫେକଚରିଂ ଶବ୍ଦ ୧୫-୧୫ ଥର ବ୍ୟବହାର କରାଯାଇଛି।

ତୃତୀୟ ସବୁଠୁ ଲମ୍ବା ଭାଷଣ

ଲାଲ କିଲ୍ଲାରୁ ଦିଆଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ତୃତୀୟ ସବୁଠୁ ଲମ୍ବା ଭାଷଣ ଥିଲା। ୨୦୧୬ରେ ମୋଦୀ ସବୁଠୁ ଲମ୍ବା ଭାଷଣ(୯୪ ମନିଟ୍), ୨୦୧୯(୯୨ ମିନିଟ୍)ର ଥିଲା।

୨୦୨୧ର ଭାଷଣରେ କେତେ କେଉଁ ଶବ୍ଦ ଉଚ୍ଚାରଣ କଲେ

ଭାରତ-୬୬, କୃଷକ-୨୯, ଯୋଜନା- ୧୭, ସ୍ଵାଧୀନତା ଏବଂ ନିର୍ମାଣ- ୧୫, ଅମୃତ ମହୋତ୍ସବ ଏବଂ ସଂକଳ୍ପ-୧୪, ଜଳ, ସହକାରିତା, କ୍ରୀଡା, ଭାଷା, କରୋନା-୧୧, ଗରିବ, ଶିକ୍ଷା, ଆଇନ-୧୦, ୭୫ତମ ବର୍ଷପୂର୍ତ୍ତି, ଏନର୍ଜି-୯, ଅଲିମ୍ପିକ୍ସ, ଭ୍ୟାକ୍ସିନ- ୮, କାଶ୍ମୀର, ଆୟୁଷ୍ମାନ ଭାରତ, ନର୍ଥ ଇଷ୍ଟ, ଓବିସି, ଦଳିତ/ପଛୁଆ, ଗ୍ଲୋବାଲ, ଷ୍ଟାର୍ଟଅପ୍, ଟେକ୍ନୋଲୋଜି-୭, ମହିଳା/ଝିଅ-୧୨, ସୈନିକ ସ୍କୁଲ-୬, ଅର୍ଥବ୍ୟବସ୍ଥା, ସୁଧାର, ରେଲ- ୫, ଜଳ, ବିଭାଜନ, ରକ୍ଷା-୪, ସଂରକ୍ଷଣ, ପରିବେଶ, ହସ୍ପିଟାଲ, ଶିଶୁ, ଜନସଂଖ୍ୟା, ରୋଜଗାର, ଆତ୍ମ ନିର୍ଭର, ବିକ୍ରେତା, ଅରବିନ୍ଦ, ବୈଜ୍ଞାନିକ, କର-୩ ଥର।

ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଓ ସମୟ

୨୦୧୪- ୬୫ ମିନିଟ୍

୨୦୧୫ – ୮୮ ମିନିଟ୍

୨୦୧୬- ୯୪ ମିନିଟ୍

୨୦୧୭- ୫୬ ମିନିଟ୍

୨୦୧୮- ୮୩ ମିନିଟ୍

୨୦୧୯- ୯୨ ମିନିଟ୍

Leave a comment