କିମ୍ ମିନ୍-କ୍ୟୁଙ୍ଗଙ୍କ ପରଲୋକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭେଟେରାନ ଦକ୍ଷିଣ କୋରିଆ ଅଭିନେତ୍ରୀ କିମ୍ ମିନ୍-କ୍ୟୁଙ୍ଗଙ୍କ ୬୧ ବର୍ଷ ବୟସରେ ଦେହାନ୍ତ ହୋଇଛି । ଅଭିନେତ୍ରୀଙ୍କ ଦେହାନ୍ତର ଖବର ସାଉଥ୍ କୋରିଆର ଏକ ପୋର୍ଟାଲ୍ ଦେଇଛି । ଯେଉଁଥିରେ ଜଣାପଡିଛି ଯେ ଅଭିନେତ୍ରୀ ସିଓଲର ଏକ ହସ୍ପିଟାଲ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି, କିନ୍ତୁ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
କିମ୍ ମିନ୍ ୧୯୭୯ ରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ଡେବ୍ୟୁ ସହିତ ସେ ଜବରଦସ୍ତ ସଫଳତା ମଧ୍ୟ ହାସଲ କରିଥିଲେ । ୧୯୮୧ ରେ ତାଙ୍କୁ କୋରିଆ ଥିଏଟର ଫେଷ୍ଟିଭାଲ୍ରେ ବେଷ୍ଟ ନ୍ୟୁକମର୍ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା । ଏହାପରେ ସେ ଅନେକ ଫିଲ୍ମ ଏବଂ ସିରିଏଲ୍ରେ ନଜର ଆସିଥିଲେ ।
କିମ୍ ମିନ୍ ତଜ୍ଜା, ସମୱନ୍ ବିହାଇଣ୍ଡ ୟୁ, ହ୍ୱେୟର୍ ଦ ଟ୍ରୁଥ୍ ଲାଇଫ୍ ଭଳି ଫିଲ୍ମ ପାଇଁ ପ୍ରସିଦ୍ଧ ଥିଲେ । କିମ୍ ଶେଷ ଥରପାଇଁ ଫିଲ୍ମ ମାଉସ୍ ଏବଂ ଏ ଗୁଡ୍ ସପର୍ ରେ ନଜର ଆସିଥିଲେ । ତାଙ୍କର ଦୁଇଟି ଫିଲ୍ମ ଏବେ ରିଲିଜ୍ ପାଇଁ ବାକି ଅଛି ।