ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ଅପହରଣ
ଓଡ଼ିଶା ଫାଷ୍ଟ (ବ୍ୟୁରୋ):ବନ୍ଧୁକ ଦେଖାଇ ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ପ୍ରତିଦ୍ୱନ୍ଦୀ ପ୍ରର୍ଥୀ ଉଠାଇ ନେଇଯାଇଥିବା ଭଳି ଏକ ସାଂଘାତିକ ଘଟଣା ସମ୍ନାକୁ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ମହାଦେବପାଲି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ମିନାକ୍ଷୀ ଦେହେରୀ ଗତକାଲି ସ୍ୱାମୀ ରାଜେଶ ଦେହେରୀଙ୍କ ସହ ସକମା ଗ୍ରାମରେ ପ୍ରଚାର କରୁଥିଲେ ।
ସୂଚନା ଥାଉକି: ମିନାକ୍ଷୀ ପ୍ରଚର କରୁଥିବା ବେଳେ ତାଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିବା ସୁରେଶ ପୁଜାହାରୀ ନଜି ସମର୍ଥକଙ୍କ ସହ ଆସି ଛୁରି ଓ ବନ୍ଧୁକ ଦେଖାଇ ନିର୍ବାଚନ ନ ଲଢ଼ିବାକୁ ଧମକ ଦେଇଥିଲେ । ଏହାସହ ନିର୍ବାଚନ ଲଢ଼ିଲେ ସ୍ଵାମୀ ସ୍ତ୍ରୀ ଦୁଇଜଣଙ୍କୁ ଜୀବନରୁ ମାରି ଦେବୁବୋଲି କହିଥିଲେ ଓ ସେହି ସ୍ଥାନରୁ ମିନାକ୍ଷୀଙ୍କ ସ୍ୱାମୀଙ୍କୁ ଅପହରଣ କରି ନେଇଯାଇଥିଲେ । ଗତକାଲିଠୁ ସ୍ୱାମୀଙ୍କ ପତ୍ତା ମିଳୁ ନ ଥିବାରୁ ଥାନାରେ ଅଭିଯୋଗ କରିଛନ୍ତି ମିନାକ୍ଷୀ । ହେଲେ ପୋଲିସ ତାଙ୍କ ଅଭିଯୋଗ ରଖୁନାହିଁ କି କୌଣସି ତଦନ୍ତ କରୁନାହିଁ ବୋଲି ମିନାକ୍ଷୀ କହିଛନ୍ତି । ମିନାକ୍ଷୀଙ୍କ ଅଭିଯୋଗକୁ ଖଣ୍ଡନ କରି ବିନିକା ଥାନା ଆଇଆଇସି କହିଛନ୍ତି ତଦନ୍ତ ଚାଲିଛି ।