ଦିନ ୩ଟା ପର୍ଯ୍ୟନ୍ତ ଖୋର୍ଦ୍ଧା ବିଧାନସଭା ଆସନ ଗୁଡିକର ଫଳାଫଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ବିଧାନସଭା ଆସନ ଗୁଡିକର ଦିନ ୩ଟା ପର୍ଯ୍ୟନ୍ତ ଫଳାଫଳ :

* ଭୁବନେଶ୍ୱର(ମଧ୍ୟ) : ୪ର୍ଥ ପର୍ଯ୍ୟାୟ ଗଣତି ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଠାରୁ ୪୯୨୮ ଭୋଟରେ ଆଗୁଆ ଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ୧୨୯୦୪ଟି ଭୋଟ ମିଳିଥିବା ବେଳେ ବଜେପି ପ୍ରାର୍ଥୀ ଜଗନ୍ନାଥଙ୍କୁ ୭୯୭୬ଟି ଭୋଟ ମିଳିଛି ।

* ଭୁବନେଶ୍ୱର(ଉତ୍ତର) : ୪ର୍ଥ ପର୍ଯ୍ୟାୟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତଙ୍କୁ ୧୩,୬୭୫ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତି କି ୭୬୯୨ଟି ଭୋଟ ମିଳିଛି ।

* ଭୁବନେଶ୍ୱର(ଏକାମ୍ର) : ୬ଷ୍ଠ ପର୍ଯ୍ୟାୟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ୧୭, ୯୨୦ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ବାବୁ ସିଂ ୧୩,୧୮୦ଖଣ୍ଡ ଭୋଟ ପାଇଛନ୍ତି ।

* ଜଟଣୀ : ଜଟଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ସୁରେଶ ରାଉତରାୟ ଅଗୁଆଥିବା ସୂଚନା ମିଳିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ୧୬,୬୭୬, ବିଜେଡି ପ୍ରାର୍ଥୀ ଙ୍କୁ ୧୪,୭୩୮ ଓ ବିଜେପି ପ୍ରାର୍ଥୀଙ୍କୁ ୫୬୬୬ଖଣ୍ଡ ଭୋଟ ମିଳିଥିବା ସୂଚନା ମିଳିଛି ।

* ଖୋର୍ଦ୍ଧା : ଖୋର୍ଦ୍ଧା ର୍ନିବାଚନ ମଣ୍ଡଳୀରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଭାଜପା ପ୍ରାର୍ଥୀଙ୍କଠାରୁ ଆଗୁଆ ଅଛନ୍ତି । ବିଜେଡି ପ୍ରାର୍ଥୀ ଜ୍ୟୋତିନ୍ଦ୍ରନାଥ ମିତ୍ର ୩୦,୯୭୧ ଖଣ୍ଡ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ୨୦,୭୯୩ ଖଣ୍ଡ ଭୋଟ ପାଇଛନ୍ତି ।

* ଚିଲିକା : ଚିଲିକାରେ ବିଜେଡି ଆଗରେ । ଚିଲିକା ବିଧାନସଭାରେ ବିଜେଡିର ପ୍ରଶାନ୍ତ ଜଗଦେବ ୧୫୫୦ ଭୋଟରେ ଆଗୁଆ ଅଛନ୍ତି । ପ୍ରଶାନ୍ତ ୧୮,୪୮୨ଖଣ୍ଡ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ୧୬, ୯୩୨ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସ୍ବାଇଁ ୧୭୯୯ ଖଣ୍ଡ ଭୋଟ ପାଇଛନ୍ତି ।

Leave a comment