ବ୍ରହ୍ମୋସ’ ମିସାଇଲ୍ର ସଫଳ ପରୀକ୍ଷଣ

ବାଲେଶ୍ୱର ଚାନ୍ଦିପୁର ଆଇଟିସିଏମ୍ କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସ ମିସାଇଲ୍ ପରୀକ୍ଷଣ ସଫଳ ହୋଇଛି । ପୂର୍ବାହ୍ନ ୧୦ ଟା ୩୫ ମିନିଟରେ ୩ ନମ୍ବର ଲଞ୍ଚପ୍ୟାଡରୁ ହୋଇଥିଲା ପରୀକ୍ଷଣ ।
ଖବର ଅନୁଯାୟୀ, ଆଇଟିସିଏମ୍ ସ୍ୱେଦଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ ବାଲିଷ୍ଟିକ୍ ମିସାଇଲ୍ ବ୍ରହ୍ମୋସ । ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିମି ପର୍ଯ୍ୟନ୍ତ । ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏହି ମିସାଇଲ । ବ୍ରହ୍ମୋସର ସଫଳ ପରୀକ୍ଷଣ ପରେ ଏହା ବାୟୁସେନାର ଶକ୍ତିକୁ ଆହୁରୀ ମଜ୍ବୁତ୍ କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।
ସେହିପରି ପୂର୍ବରୁ ପରୀକ୍ଷଣ ହୋଇସାରିଥିବା ବ୍ରହ୍ମୋସ ମିସାଇଲ ତୁଳନାରେ ଏହା ଉନ୍ନତମାନର ବୋଲି ବିଶେଷଜ୍ଞମାନେ କହିଛନ୍ତି । ପଡୋଶୀ ଚୀନ୍ ଓ ପାକିସ୍ତାନକୁ ଜବାବ ଦେବା ପାଇଁ ଏହି ମିସାଇଲ୍କୁ ଉନ୍ନତମାନର ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ।