ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଉନ୍ମୋଚିତ ହେଲା ଜର୍ସି ଓ ଲୋଗୋ

0

ଓଡିଶା ଫାଷ୍ଟ(  ବ୍ୟୁରୋ) :  ଦେଶରେ ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ପ୍ରୟାସରେ ପ୍ରଥମଥର ଲାଗି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରାଯାଇଛି। ଏହି ଗେମ୍ସର ପ୍ରଥମ ସଂସ୍କରଣ  ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।  ଆଜି ସ୍ଥାନୀୟ ରେଳବାଈ ଅଡିଟୋରିୟମରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଲୋଗୋ ଓ ଜର୍ସି ଉନ୍ମୋଚନ ହୋଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍‌, କେନ୍ଦ୍ର ପେଟ୍ରୋଲିୟନ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଉପସ୍ଥିତ ଥିଲେ।

Leave a comment